କିଭ୍ : ରୁଷ ଆକ୍ରମଣ ପାଇଁ ଜାଗ୍ରତ ପ୍ରହରୀ ସାଜିଛନ୍ତି ୟୁକ୍ରେନ ସୈନ୍ୟ । ଦେଶ ସୁରକ୍ଷାରେ ନିୟୋଜିତ ଯବାନମାନଙ୍କୁ ପ୍ରବଳ ଥଣ୍ଡାରେ ବି କର୍ମକ୍ଷେତ୍ରରେ ରହିବାକୁ ପଡୁଛି । ଏଠି ତାପମାତ୍ରା ମାଇନସ୍ ୬ ଡିଗ୍ରୀ । ୟୁକ୍ରେନ ସୈନିକ ବଙ୍କର ଭିତରେ । ବରଫପାତ ସତ୍ତ୍ୱେ କର୍ତ୍ତବ୍ୟରୁ ହଟୁନାହାଁନ୍ତି । ଯୁଦ୍ଧ ପରିସ୍ଥିତି ଲାଗି ରହିଥିବାରୁ ଅନେକ ନାଗରିକ ସେମାନଙ୍କ ଜୀବିକା ଛାଡି ସୈନ୍ୟବାହିନୀରେ ଯୋଗ ଦେଇଛନ୍ତି ।
ପୂର୍ବ ୟୁକ୍ରେନର ଡୋନେସସ୍ଥିତ ବଖମଟ୍ କ୍ଷେତ୍ରରେ ପାରଦ ୬ ଡିଗ୍ରୀ ସେଲସିୟସ । ବର୍ତ୍ତମାନ ଏହା ବିଶ୍ୱର ସବୁଠାରୁ ଥଣ୍ଡା ଯୁଦ୍ଧକ୍ଷେତ୍ର । ବଖମଟରେ ଭୀଷଣ ଯୁଦ୍ଧ ଲାଗିରହିଛି । ବଙ୍କର ଭିତରେ ଯବାନ ନାନା ଶୀତ ପୋଷାକ ପିନ୍ଧି ମଧ୍ୟ ଶରୀର ଶୂନ ହୋଇଯାଉଛି । ଯୁଦ୍ଧ ପରିସ୍ଥିତିରେ ସୈନ୍ୟଙ୍କୁ ମିଳୁଥିବା ପୋଷାକ ଯଥେଷ୍ଟ ନୁହେଁ ବୋଲି ଯବାନ କହୁଛନ୍ତି । ବଙ୍କର ବାହାରେ ଯେପରି ଧଳା ଚାଦର ବିଛେଇ ହୋଇରହିଛି । ରୁଷ ପକ୍ଷରୁ ଗୋଳାବାରୁଦ ମାଡ଼ ଜାରି ରହିଥିବା ବେଳେ ଏହି ଯବାନମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ରହିଛି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦୋମିର ଜେଲେଁସ୍କି ସେନାବାହିନୀ ପାଇଁ ସହାୟତା ଓ ଉପକରଣ ପଠାଇବାକୁ ବିଭିନ୍ନ ଦେଶକୁ ନିବେଦନ କରିଛନ୍ତି ।
Comments are closed.