Latest Odisha News

କମିବ ଶୀତ, ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଶୀତରେ ଥରୁଛି ଓଡିଶା। ରାଜ୍ୟରେ ଶିତ ଲହରୀ ସମସ୍ତଙ୍କୁ ଅତିଷ୍ଠ କରୁଛି। ୧୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ସାରା ରାଜ୍ୟରେ ଆହୁରି ୨୪ ଘଣ୍ଟା  ଯାଏ ଲାଗି ରହିବ ଶୀତ ଲହରୀ । ହେଲେ ତାପମାତ୍ରା ବୃଦ୍ଧି ପାଇବା ସହ କମିବ ଶୀତ ପ୍ରକୋପ। ଏନେଇ ଜାରି ହୋଇଛି କୋଲଡ ୱେଭ ଚେତାବନୀ। ଆସନ୍ତାକାଲି ପର୍ଯ୍ୟନ୍ତ ଶୀତ ଲହରି ଲାଗି ରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା, ଅନୁଗୁଳ, ଜଗତସିଂହପୁର ଓ ସୁନ୍ଦରଗଡପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଓ କନ୍ଧମାଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ପଡ଼ିବାର ସମ୍ଭାବନା ରହିଛି। ଏହାସହ ଆହୁରି ଦୁଇଦିନ ଯାଏ ଘନ କୁହୁଡିର ଚେତାବନୀ ମଧ୍ୟ ଦିଆଯାଇଛି। ସେପଟେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ବିଭାଗ ସୂଚନା ଦେଇଛି।

ଅନ୍ୟପଟେ ଆସନ୍ତାକାଲି ପରଠାରୁ ୩ରୁ ୫ଡିଗ୍ରୀ ତାପମାତ୍ରା ବୃଦ୍ଧି ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ। ଓଡିଶା  ଉପରେ ଏହାର ସିଧାସଳଖ ପ୍ରଭାବ ନଥିଲେ ମଧ୍ୟ ଏହାର ପ୍ରଭାବରେ ୧୭ ତାରିଖରୁ ମେଘୁଆ ପାଗ ସହ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

Comments are closed.