ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି ଶୀତର ପ୍ରକୋପ । ଥଣ୍ଡାରେ ଥରହର ହେଲେଣି ପଶ୍ଚିମ ଓଡ଼ିଶାବାସୀ । ଆଗକୁ ରାଜ୍ୟରେ ବୃଦ୍ଧି ପାଇବ ଶୀତର ପ୍ରକୋପ । ରାଜ୍ୟକୁ ଉତ୍ତର ଦିଗରୁ ଥଣ୍ଡା ପବନ ଆସୁଥିବାରୁ ଶୀତର ମାତ୍ରା ବଢିବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆଗାମୀ ୭ ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ନଥିବା ବେଳେ, ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ୩ରୁ ୪ ଡିଗ୍ରୀ ସେଲସିୟସ କମିବାର ସମ୍ଭାବନା ରହିଛି । ସେଥିପାଇଁ ଥଣ୍ଡା ବଢିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।
ତେବେ ଫୁଲବାଣୀରେ ତାପମାତ୍ରା ୧୪ ଡିଗ୍ରୀକୁ ଖସିଛି । ଦାରିଙ୍ଗବାଡ଼ିରେ ତାପମାତ୍ରା ୧୩ ଡିଗ୍ରୀ ରହିଛି । ସେହିପରି ରାଉଲକେଲା ଓ ଭବାନୀ ପାଟଣାରେ ହାଲୁକରୁ ମଧ୍ୟମ ଧରଣର କୁହୁଡି ଅନୁଭବ ହୋଇଛି । ଆଗକୁ ଆହୁରି ପାରଦ ଖସିବ ଏବଂ ଶୀତ ବଢିବ ।
Comments are closed.