Latest Odisha News

BREAKING NEWS

ଆଜିଠୁ ରାଜ୍ୟରେ ବଢ଼ିବ ଜାଡ଼, ୩-୪ ଡିଗ୍ରୀ ସେଲସିୟସ ଯାଏ ଖସିବ ପାରଦ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଢ଼ିବ ଜାଡ଼ । ଖସିବ ପାରଦ, ଥରିବ ଓଡ଼ିଶା । କିଛି ଦିନର ବ୍ୟବଧାନ ପରେ ଆଜିଠୁ ରାଜ୍ୟରେ ପୁଣି ଶୀତ ଲେଉଟିବ । ଏନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ରହିଥିବା ଟ୍ରଫ୍‌ ଲାଇନ୍ ଯୋଗୁ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠୁ ଅଧିକ ରହିଥିଲା ।

ଏବେ ଟ୍ରଫ୍‌ ଲାଇନ୍‌ ଦକ୍ଷିଣ ମୁହାଁ ହୋଇଥିବାରୁ ରାଜ୍ୟରେ ପୁଣି ତାପମାତ୍ରା କମିବ । ଆସନ୍ତାକାଲିଠୁ ଶୀତ ଅନୁଭୂତ ହେବ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫ ଡିଗ୍ରୀ ସେଲସିୟସ ତଳେ ରହିଛି ୪ଟି ସହରରେ ପାରଦ । ସବୁଠୁ ଥଣ୍ଡା ସହର ଥିଲା ଦାରିଙ୍ଗିବାଡ଼ି । ସେଠାରେ ୧୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ସୋନପୁରରେ ୧୩.୩ ଡିଗ୍ରୀ ସେଲସିୟସ୍ ଏବଂ ଫୁଲବାଣୀ ଓ ଅନୁଗୋଳରେ ୧୪ ଡିଗ୍ରୀ ସେଲସିୟସ୍ ଲେଖାଏଁ ତାପମାତ୍ରା ରହିଥିଲା । ଆସନ୍ତା ଦିନେ ଦୁଇ ଦିନରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୩/୪ ଡିଗ୍ରୀ ଓ ଉପକୂଳ ଜିଲ୍ଲାଗୁଡ଼ିକରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି ।

Leave A Reply

Your email address will not be published.