Latest Odisha News

BREAKING NEWS

ଦୀପାବଳିରେ ଦୁର୍ଘଟଣା: ଗାଡ଼ି ଧକ୍କାରେ ଦୁଇ ଭାଇ ମୃତ

ସୁନ୍ଦରଗଡ଼: ସଡ଼କ ଦୁର୍ଘଟଣା ଗୋଟିଏ ପରିବାରର ଦୀପାବଳି ଖୁସିରେ ଅସରନ୍ତି ଦୁଃଖ ଭରି ଦେଇଛି । ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଦୁଇ ଭାଇ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ବାଲିଯୋଡ଼ି ନିକଟରେ ଏଭଳି ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି । ଗତକାଲି ରାତିରେ ଘଟିଛି ଦୁର୍ଘଟଣା ।

ମୃତକମାନେ ହେଲେ କାଦଡିହା ଗାଁର ଅଜୟ ମାଝୀ ଓ ଅରୁଣ ମାଝୀ । ସେମାନେ ଏକ ବାଇକରେ ଯାଉଥିବା ବେଳେ ବାଲିଯୋଡ଼ି ନିକଟରେ ସେମାନଙ୍କୁ ଧକ୍କା ଦେଇଥିଲା ଅଜଣା ଗାଡ଼ି । ଘଟଣାସ୍ଥଳରେ ଜଣେ ଓ ଅନ୍ୟ ଜଣେ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.