Latest Odisha News

BREAKING NEWS

ବ୍ୟବସାୟୀଙ୍କ ଠାରୁ ୧୦ ହଜାର ଜୋରିମାନା ଆଦାୟ କଲେ ଜିଲ୍ଲାପାଳ, ଜାଣନ୍ତୁ କାହିଁକି

ବ୍ରହ୍ମପୁର: ବାହାରେ ଅଳିଆ ଆର୍ବଜନା ଫୋପାଡି ହଟହଟା ହୋଇଛନ୍ତି ଗଞ୍ଜାମ ଜିଲ୍ଲାର ଜନୈକ କପଡା ବ୍ୟବସାୟୀ । ଯେଉଁଥିପାଇଁ ତାଙ୍କଠାରୁ ମୋଟା ଅଙ୍କର ଜୋରିମାନା ମଧ୍ୟ ଆଦାୟ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲଙ୍ଗେ ।

ପ୍ରାପ୍ତ ସୂଚନାନୁଯାୟୀ ଜିଲ୍ଲାପାଳ ବିଜୟ ଅମୃତା କୁଲଙ୍ଗେ ନିଜ ଟିମ୍ ସହ ଗୁରୁବାର ରାତି ପ୍ରାୟ ୧୦ଟା ୩୦ମି. ସମୟରେ ଅଚାନକ ସ୍ଥାନୀୟ ମାର୍କେଟ ପରିଦର୍ଶନ କରିବାକୁ ଯାଇଥିଲେ ।

ସୋସିଆଲ୍ ମିଡିଆରେ ଏନେଇ ଏକ ଭିଡିଓ ଅପଲୋଡ୍ ହୋଇଛି । ଉକ୍ତ ଭିଡିଓରେ କୁଲଙ୍ଗେ ଦୋକାନ ବାହାରେ ଅଳିଆ ଆବର୍ଜନା ପଡିଥିବା ଯୋଗୁଁ ‘ହିମାଳୟ ହ୍ୟାଣ୍ଡଲୁମ୍‌’ର ମାଲିକଙ୍କୁ ପାଟି କରିଥିଲେ ଏବଂ ପରେ ତାଙ୍କ ଉପରେ ଜୋରିମାନା ମଧ୍ୟ ଲଗାଇଥିଲେ ।

ଉକ୍ତ ଭିଡିଓରେ ଜଣେ ମହିଳାଙ୍କୁ ଘର ସମ୍ମୁଖରୁ ଅଳିଆ ଆବର୍ଜନା ଗୁଡିକୁ ନେଇ ଡଷ୍ଟବିନରେ ଫୋପାଡିବା ଲାଗି ଜିଲ୍ଲାପାଳ କହୁଥିବା ଦେଖିବାକୁ ମିଳିଛି ।

ଜିଲ୍ଲାପାଳଙ୍କ ଏଭଳି ଆଭିମୁଖ୍ୟକୁ ସ୍ୱାଗତ କରିଛନ୍ତି ବ୍ରହ୍ମପୁର ବାସିନ୍ଦା । ଏଥିସହିତ ଏହିପରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ରାସ୍ତା ତଥା ସାର୍ବଜନୀନ ସ୍ଥାନ ଗୁଡିକ ସଫା ସୁତୁରା ରହିବ ବୋଲି ସେମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.