Latest Odisha News

BREAKING NEWS

ରାଉରକେଲାରେ ପୂର୍ବତନ କାଉନସିଲରଙ୍କ ଉପରକୁ ବୋମା ମାଡ

ରାଉରକେଲା: ପୂର୍ବତନ କାଉନସିଲର ଅଶେଷ ମହାନ୍ତିଙ୍କ ଉପରକୁ ଗୁରୁବାର ରାତିରେ କେହି ଦୁବୃର୍ତ୍ତ ବୋମା ମାଡ କରିଥିବା ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ, ଘଟଣାଟି ଘଟିଛି ରାଉରକେଲାର ଉଦିତ ନଗର ସ୍ଥିତ ବାସନ୍ତି କଲୋନୀ ଅଞ୍ଚଳରେ । ଦୁଇ ଜଣ ଦୁବୃର୍ତ୍ତ ପୂର୍ବତନ କାଉନସିଲରଙ୍କ ଉପରକୁ ବୋମା ଫୋପାଡିଥିଲେ । ଯେତେବେଳେକି ସେ ନିଜ କାର୍ଯ୍ୟାଳୟ ଅଭିମୁଖେ ଗାଡିରେ ବାହାରୁଥିଲେ ।

ପରେ ଶ୍ରୀ ମହାନ୍ତି ଗାଡିରୁ ପଡିଯିବା ପରେ ସମ୍ପୃକ୍ତ ଦୁବୃର୍ତ୍ତମାନେ ଫାଙ୍କା ଗୁଳିଚାଳନା କରି ଫେରାର ହୋଇଯାଇଥିଲେ ।

ପରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଇସ୍ପାତ ଜେନେରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ଜଣାପଡିଛି ।

ତେବେ ଏହି ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ୩ ଜଣଙ୍କୁ ହେପାଜତରେ ନେଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଉଲ୍ଲେଖଯୋଗ୍ୟ, ଗତ ୭ ବର୍ଷ ପୂର୍ବେ ବ୍ୟବସାୟୀକ ଶତ୍ରୁତାକୁ ନେଇ ତାଙ୍କ ଉପରେ ମଧ୍ୟ ଦୁବୃର୍ତ୍ତମାନେ ଗୁଳି ଚାଳନା କରିଥିଲେ ।

Leave A Reply

Your email address will not be published.