Latest Odisha News

BREAKING NEWS

ଓଡ଼ିଶା ଖଣି ଆବଣ୍ଟନ: ଜେଏସଡ଼ବ୍ଲ୍ୟୁକୁ ମିଳିଲା ଯଜାଙ୍ଗ ଲୁହାପଥର ଖଣି

ନୂଆଦିଲ୍ଲୀ: ଏବେ ଓଡ଼ିଶାର ଖଣି ଆବଣ୍ଟନ ପ୍ରକ୍ରିୟା ଜାରି ରହିଥିବା ବେଳେ ଗୁରୁବାର ଦିନ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯଜାଙ୍ଗ ଲୁହାପଥର ଖଣି ଜେଏସଡ଼ବ୍ଲ୍ୟୁ ଷ୍ଟିଲକୁ ମିଳିଛି ।

ଏହି ଆବଣ୍ଟନ ପ୍ରକ୍ରିୟାରେ ଯେଉଁ ପ୍ରମୁଖ କମ୍ପାନୀ ଗୁଡ଼ିକ ବିଡ଼ର୍ ଥିଲେ ସେହି କମ୍ପାନୀଗୁଡ଼ିକ ହେଲେ, ସେରାଜୁଦ୍ଦିନ ଏଣ୍ଡ କମ୍ପାନୀ, ଲାଲ୍ ଟ୍ରେଡ଼ର୍ସ, ରୁଙ୍ଗଟା ମାଇନ୍ସ, ଇଷ୍ଟର୍ଣ୍ଣ ମାଇନିଂ, ଜେଏସପିଏଲ ଏବଂ ଆଦାନୀ । ଏହି ଖଣିରେ ୩୯.୪୨ ମିଲିୟନ ଟନ୍ ଲୁହାପଥର ଗଚ୍ଛିତ ରହିଛି ।

ଏହା ପୂର୍ବରୁ ଏହି ଖଣିର ଲିଜ୍ ରୁଙ୍ଗଟା ମାଇନ୍ସ ଅଧିନରେ ରହିଥିଲା ।

ଏଠାରେ ସୂଚନାଯୋଗ୍ୟ, ସଜ୍ଜନ ଜିନ୍ଦାଲ୍ କମ୍ପାନୀ ପୂର୍ବରୁ ୩ଟି ଖଣି ବ୍ଲକ୍ ଅକ୍ତିଆର କରିସାରିଛି – ସେଗୁଡ଼ିକ ଯଥାକ୍ରମେ ନୂଆଗାଁ (ଜାନୁଆରୀ ୩୧), ନାରାୟଣପୋଷୀ (ଫେବୃଆରୀ ୨) ଏବଂ ଗନୁଆ (ଫେବୃଆରୀ ୫) । ଏଥିସହିତ ସମୁଦାୟ ୧୦୯୮.୯୨ ମିଲିୟନ ଟନର ଖଣିଜ ପଥର ଗଚ୍ଛିତ ରହିଛି ।

ଏହି ନିଲାମ ସମାପ୍ତ ହେବା ସହିତ ସମୁଦାୟ ୧୯ଟି ଖଣି ନିଲାମ ମଧ୍ୟରୁ ଏଯାଏଁ ୭ଟି ସମାପ୍ତ ହୋଇଛି ।

Leave A Reply

Your email address will not be published.