Latest Odisha News

BREAKING NEWS

ହିଞ୍ଜିଳିରେ ଜିଲ୍ଲାପାଳଙ୍କ ମାସ୍କ ବଣ୍ଟନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳି ଠାରେ ଲୋକମାନଙ୍କୁ ମାସ୍କ ବଣ୍ଟନ କରିଛନ୍ତି।

ସୂଚନା ଅନୁସାରେ, ଜନସାଧାରଣ କିଭଳି କୋଭିଡ ନିୟମ ପାଳନ କରୁଛନ୍ତି, ସେନେଇ ତଦାରଖ ପାଇଁ ଜିଲ୍ଲାପାଳ ହିଞ୍ଜିଳି ଯାଇଥିଲେ।

ହେଲେ ସେଠାରେ ଅନେକ ଲୋକ ମାସ୍କ ପିନ୍ଧିନଥିବା ଦେଖିବାକୁ ମିଳିଥିଲା। ଯାହା ପରେ ଜିଲ୍ଲାପାଳ ଜନସାଧାରଣଙ୍କୁ କୋଭିଡ ଗାଇଡ ଲାଇନ ପାଳନ କରିବାକୁ ଅନୁରୋଧ କରିଥିଲେ।

ଏହାଛଡା ସେ ହିଞ୍ଜିଳିରେ ସାନିଟାଇଜେସନ ବ୍ୟବସ୍ଥା ମଧ୍ୟ ତଦାରଖ କରିଥିଲେ।

Comments are closed.