Latest Odisha News

BREAKING NEWS

ମଙ୍ଗଳ ଗ୍ରହରେ ମିଳିଲା ପାଣିର ସନ୍ଧାନ !

ୱାଶିଂଟନ: ମଙ୍ଗଳଗ୍ରହରେ ପାଣିର ସନ୍ଧାନ ମିଳିଛି । ନାସାର ବୈଜ୍ଞାନିକଙ୍କଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ମଙ୍ଗଳ ଗ୍ରହରେ ୩ଟି ହ୍ରଦ ରହିଛି । ଏହି ତଥ୍ୟ ମିଳିବା ପରେ ମଙ୍ଗଳରେ ଜନବସତି ନିର୍ମାଣ ନେଇ ଆଶା ବୃଦ୍ଧି ପାଇଛି । ୨ ବର୍ଷ ତଳେ ଏଠାକାର ଦକ୍ଷିଣ ଗୋଲାର୍ଦ୍ଧରେ ଲୁଣି ପାଣିର ସନ୍ଧାନ ମିଳିଥିଲା । ଏହା ପାଖରେ ୩ଟି ଅନ୍ୟ ହ୍ରଦ ଥିବା ସନ୍ଧାନ ମିଳିଛି । ୩ ଶହ ବର୍ଷ ତଳେ ମଙ୍ଗଳରେ ହୋଇଥିବା ପରିବର୍ତନ ଯୋଗୁ ଏଠାରେ ପାଣି ସୃଷ୍ଟି ହୋଇଥିବା ଅନୁମାନ କରାଯାଇଛି ।

ୟୁରୋପିଆନ୍ ସ୍ପେଶ୍ ଏଜେନ୍ସି ଦ୍ୱାରା ନିର୍ମିତ ମହାକାଶ ଯାନ ଏହି ତଥା ପ୍ରଦାନ କରିଛି । ବିଭିନ୍ନ ମହାକାଶ ଯାନ ମଙ୍ଗଳ ଗ୍ରହ ଉପରେ ସମ୍ପୂର୍ଣ୍ଣ ନଜର ରଖିବା ସହ ଟିକିନିଖି ତଥ୍ୟ ସଂଗ୍ରହ କରୁଛନ୍ତି । ଆଗକୁ ଆହୁରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବା ନେଇ ନାସା ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.