Latest Odisha News

BREAKING NEWS

କବିତା : ଆଧିପତ୍ୟ

ସାରଦା ପ୍ରସାଦ ଆଚାର୍ଯ୍ୟ

ଆଧିପତ୍ୟ ଜାହିର କରିବା ପାଇଁ
ବେଲାରସେନ ମୁଣ୍ଡ କାଟି,
ଛଳନା ର ଦଉଡ଼ି ହାତରେ ଧରି ତୋତେ ହସିବାକୁ ପଡ଼ିବ,
ଆଢୁଆଳରେ ବ୍ୟୁହ ରଚନା କରି
ପଞ୍ଚଜନ ଶଙ୍ଖ ଫୁଙ୍କି
କୁଟିଳତା ଫୁଲମାଳ ରେ ବଧେଇ
ଜଣାଇବ।
ଯୁଦ୍ଧ ଜିତିବାକୁ ହେଲେ,
ଚକ୍ରବ୍ଯୁହ କରିପାର,
ଅବା ଷଡଯନ୍ତ୍ର ରଚିପାର!
ଶଠତା ଯୁଦ୍ଧ ଜିତାଏ,
ବିଜୟୀ ଭାବରେ ଇତିହାସ ହୁଏ।
କପଟତା ଜିତାପଟ ଆଣେ,
ସରଳତା ଅସହାୟତା ବୁଣେ।
ସହୃଦୟତା ମୂଲ୍ୟହୀନ,
ଧର୍ମ, ଅଧର୍ମର ଦ୍ୱାହି ଦେଇ
ସହୋଦର ରକ୍ତ ସହ ଖେଳିବାକୁ ପଡ଼େ।
କେବଳ ଆଧିପତ୍ୟ ଯୁଦ୍ଧକୁ ନିମନ୍ତ୍ରଣ କରେ,
ଲାଞ୍ଚନା, ଅତ୍ୟାଚାର ଆପେ ଆପେ ଆସେ।
ସବୁ ଯୁଦ୍ଧକୁ ଆଧିପତ୍ୟ ନିୟନ୍ତ୍ରଣ କରେ,
ଆନୁଗତ୍ୟରେ ରଖିବା ପାଇଁ କପଟି ସାଜେ।

(ଯୋଡ଼ା, କେନ୍ଦୁଝର ମୋ -୯୪୩୭୬୧୧୮୯୧)

Leave A Reply

Your email address will not be published.