ପାରଳାଖେମୁଣ୍ଡି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଦାୟିତ୍ୱରେ ଥିବା ଅଧ୍ୟକ୍ଷା ଗାୟତ୍ରୀ ଦେବୀଙ୍କର ଅସ୍ୱାଭାବିକଭାବେ ମୃତ୍ୟୁ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସରେ ଯୋଗଦେବାକୁ ଯାଉଥିବାବେଳେ ପାହାଚରୁ ଖସି ଘଟିଛି ଏଭଳି ଅଭାବନୀୟ ଘଟଣା ।
ଆଜି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଭିଡିଓ କନଫରେନ୍ସରେ ଯୋଗଦେବାକୁ ଯାଉଥିବାବେଳେ ସିଡ଼ିର ପାହାଚରେ ପାଦ ଖସିଯିବାରୁ ସେ ତଳେ ପଡ଼ିଯାଇ ଗୁରୁତର ହୋଇପଡ଼ିଥିଲେ । ସଙ୍ଗେ ସଙ୍ଗେ ଗାୟତ୍ରୀ ଦେବୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗାୟତ୍ରୀ ଦେବୀ ଓଡ଼ିଆ ବିଭାଗର ମୁଖ୍ୟ ଥିବାବେଳେ ଗତ ବର୍ଷେ ହେଲା ମହାବିଦ୍ୟାଳୟର ଅଧ୍ୟକ୍ଷା ଦାୟିତ୍ୱରେ ମଧ୍ୟ ଥିଲେ । ତାଙ୍କର ମୃତ୍ୟୁରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।
Comments are closed.