Latest Odisha News

ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କୋଟା ସିଟ୍ ଭରିବାକୁ ଏକ ବର୍ଷ ଅଧିକା ସମୟ ମାଗିଲା ‘ଆଇଆଇଟି’

ନୂଆଦିଲ୍ଲୀ: ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କୋଟା ସିଟ୍ ପୁରଣ କରିବାକୁ ଇଣ୍ଡିଆନ ଇନଷ୍ଟିଟିୟୁଟ ଅଫ୍ ଟେକ୍ନୋଲୋଜି (ଆଇଆଇଟି) କେନ୍ଦ୍ର ଠାରୁ ଏକ ବର୍ଷ ଅଧିକା ସମୟ ମାଗିଛି । ପୂର୍ବରୁ ସରକାର ୨୦୨୧ କୁ ଏହାର ଶେଷ ସମୟ ରୂପେ ଧାର୍ଯ୍ୟ କରିଥିଲେ ।

ଅଧିକ ପଢନ୍ତୁ: ଶ୍ରୀଦେବୀଙ୍କ ୨୪ତମ ବିବାହ ବାର୍ଷିକୀର ସ୍ମୃତିଚାରଣ କଲେ ଝିଅ ଜାହ୍ନବୀ

କରୋନା ଜନିତ ଲକ୍‌ଡାଉନ ଯୋଗୁ ଏହାକୁ ପୂରଣ ନ କରାଯାଇପାରିଥିବା କଥା, ପ୍ରାୟ ୨୩ ଟି ମୂଖ୍ୟ ଅନୁଷ୍ଠାନ ମିଳିତ ଭାବରେ କେନ୍ଦ୍ରକୁ ଜଣାଇଛନ୍ତି । ବର୍ତ୍ତମାନ ସ୍ଥିତି ରେ ଅନୁଷ୍ଠାନ ଗୁଡାକୁ ଖୋଲାଗଲେ, ଛାତ୍ରଛାତ୍ରୀଙ୍କ ହଷ୍ଟେଲରେ ହେବାକୁ ଥିବା ଭିଡକୁ ମଧ୍ୟ ଏଡାଇ ଦିଆନଯାଇପାରିବା କଥା ଉଲ୍ଲେଖ କରାଯାଇଛି ।

ଅଧିକ ପଢନ୍ତୁ: ଏଣ୍ଟ୍ରାନ୍ସ ପରୀକ୍ଷା ଆବେଦନର ଶେଷ ସମୟ ବୃଦ୍ଧି କଲା ଆଇଆଇଏମସି

ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ଅନୁରୋଧ ର ବିଚାର ପାଇଁ ଏହାକୁ ମାନବ ସମ୍ଭଳ ବିକାଶ ମନ୍ତ୍ରାଳୟ ଦ୍ୱାରା ସାମଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରାଳୟ ପାଖକୁ ପଠାଯାଇଥିବା ସରକାରୀ ସୂତ୍ରରୁ ଜଣାପଡିଛି ।

ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆରକ୍ଷଣ ଭିତ୍ତିରେ ଅଣ୍ଡର ଗ୍ରାଜୁଏଟ କୋର୍ସରେ ଆଇଆଇଟି ଦ୍ୱାରା ପ୍ରାୟ ୧୦% ସିଟ ବଢାଇ ଦିଆ ଯାଇଥିବା ବେଳେ ମାଷ୍ଟରସ୍ ତଥା ଗବେଷଣା କ୍ଷେତ୍ରରେ ପ୍ରାୟ ୬,୭୦୦ ସିଟ୍ ବଢାଇ ଦିଆଯାଇଛି । ଗତବର୍ଷ ବିଟେକ୍ ରେ ୫୦୦ ସିଟ୍ ବଢାଇ ଦିଆଯାଇଥିବା ବେଳେ ଚଳିତବର୍ଷ ପ୍ରାୟ ୧୩୦୦ ସିଟ ବଢାଇବାର ଯୋଜନା ରହିଛି ।

Leave A Reply

Your email address will not be published.