Latest Odisha News

BREAKING NEWS

ଏଣ୍ଟ୍ରାନ୍ସ ପରୀକ୍ଷା ଆବେଦନର ଶେଷ ସମୟ ବୃଦ୍ଧି କଲା ଆଇଆଇଏମସି

ନୂଆଦିଲ୍ଲୀ: ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି) ପକ୍ଷରୁ ଆସନ୍ତା ଶିକ୍ଷାବର୍ଷ ଏଣ୍ଟ୍ରାନ୍ସ ପରୀକ୍ଷା ଆବେଦନ ର ଶେଷସମୟକୁ ବୃଦ୍ଧି କରିଦିଆଯାଇଥିବା ବେଳେ ଶେଷ ତାରିଖ ଧାର୍ଯ୍ୟ କରାଯାଇନାହିଁ ।

ଅଧିକ ପଢନ୍ତୁ: ଦୂରଦର୍ଶନରେ ସିଧାପ୍ରସାରଣ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା

କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ ସୃଷ୍ଟି ହୋଇଥିବା ଛାତ୍ରଛାତ୍ରୀ ଙ୍କ ବିଭିନ୍ନ ଅସୁବିଧା କୁ ନଜରରେ ରଖି କର୍ତ୍ତୁପକ୍ଷ ଏଭଳି ଏକ ନିଷ୍ପତି ନେଇଛନ୍ତି । ପୂର୍ବରୁ ମଇ ୩୧,୨୦୨୦କୁ ଆବେଦନ ର ଶେଷ ତାରିଖ ରୂପେ ଧାର୍ଯ୍ୟ କରାଯାଇଥିଲା ।

ଏହି ସମ୍ବନ୍ଧୀୟ ସମସ୍ତ ସୂଚନା ଅନୁଷ୍ଠାନ ର ଅଫିସିଆଲ ୱେବସାଇଟରେ ପ୍ରକାଶ ପାଇଅଛି । ନୂଆବର୍ଷ ଆଡମିସନ ର ଅଧିକ ସୂଚନା ଛାତ୍ରଛାତ୍ରୀ ମାନେ ୱେବସାଇଟରେ ପାଇ ପାରିବେ ।

ଏଣ୍ଟ୍ରାନ୍ସ ପରୀକ୍ଷାର ତାରିଖ ଖୁବ ଶୀଘ୍ର ପ୍ରକାଶ ପାଇବାକୁ ଥିବା ବେଳେ, ନୂତନ ବର୍ଷ ର ଶିକ୍ଷାଦାନ ଆସନ୍ତା ଅଗଷ୍ଟ ୧ ତାରିଖ ରୁ ଆରମ୍ଭ ହେବାକୁଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.