Latest Odisha News

BREAKING NEWS

ପାହାଚରୁ ଖସି କଲେଜ ଅଧ୍ୟକ୍ଷାଙ୍କ ଦୁଃଖଦ ମୃତ୍ୟୁ

ପାରଳାଖେମୁଣ୍ଡି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଦାୟିତ୍ୱରେ ଥିବା ଅଧ୍ୟକ୍ଷା ଗାୟତ୍ରୀ ଦେବୀଙ୍କର ଅସ୍ୱାଭାବିକଭାବେ ମୃତ୍ୟୁ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସରେ ଯୋଗଦେବାକୁ ଯାଉଥିବାବେଳେ ପାହାଚରୁ ଖସି ଘଟିଛି ଏଭଳି ଅଭାବନୀୟ ଘଟଣା  ।

ଆଜି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଭିଡିଓ କନଫରେନ୍ସରେ ଯୋଗଦେବାକୁ ଯାଉଥିବାବେଳେ ସିଡ଼ିର ପାହାଚରେ ପାଦ ଖସିଯିବାରୁ ସେ ତଳେ ପଡ଼ିଯାଇ ଗୁରୁତର ହୋଇପଡ଼ିଥିଲେ  । ସଙ୍ଗେ ସଙ୍ଗେ ଗାୟତ୍ରୀ ଦେବୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା  । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ଗାୟତ୍ରୀ ଦେବୀ ଓଡ଼ିଆ ବିଭାଗର ମୁଖ୍ୟ ଥିବାବେଳେ ଗତ ବର୍ଷେ ହେଲା ମହାବିଦ୍ୟାଳୟର ଅଧ୍ୟକ୍ଷା ଦାୟିତ୍ୱରେ ମଧ୍ୟ ଥିଲେ  । ତାଙ୍କର ମୃତ୍ୟୁରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି  ।

Leave A Reply

Your email address will not be published.