Latest Odisha News

BREAKING NEWS

ଛାତ୍ରଙ୍କୁ ମାଡ଼ ଓ ଅପହରଣ ମାମଲା; ୩ ଦିନ ପରେ ଉଦ୍ଧାର…

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲାରେ ଅପହୃତ ଜଣେ କଲେଜ ଛାତ୍ରଙ୍କୁ ପୋଲିସ ତିନି ଦିନ ପରେ ଉଦ୍ଧାର କରିଛି। ଏଥିସହିତ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି।

ଉକ୍ତ କଲେଜ ଛାତ୍ରଙ୍କୁ ମାଡ଼ ମାରିବା ଅଭିଯୋଗରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି।

ପୋଲିସ ସୂଚନା ଅନୁଯାୟୀ, ଘଟଣାଟି ଅଗଷ୍ଟ ୩ ତାରିଖ ପୂର୍ବ ସନ୍ଧ୍ୟାରେ ଘଟିଥିଲା। କିଛି ଯୁବକ ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ପରେ ଅପହରଣ କରିନେଇଥିଲେ। ଏହି ଘଟଣାକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଘଟଣା ବିଷୟରେ ଜାଣିବା ପରେ ପୀଡିତଙ୍କ ପରିବାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ କରିଥିଲେ।

ସୂଚନା ଆଧାରରେ ପୋଲିସ ଛାତ୍ରଙ୍କୁ ଉଦ୍ଧାର କରି ତାଙ୍କ ପରିବାରକୁ ଏ ବିଷୟରେ ଜଣାଇଥିଲା।ପୀଡିତ ଜଣକ ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ପଶ୍ଚିମ ଭେଡା ଗ୍ରାମର। କିନ୍ତୁ ସେ ଗୋବିନ୍ଦପୁରରେ ତାଙ୍କ ମାମୁଁ ଘରେ ରହୁଥିଲେ। ଅପରପକ୍ଷରେ ଏହି ମାମଲାର ତଦନ୍ତ ଚାଲିଛି।

Comments are closed.