Latest Odisha News

BREAKING NEWS

ସିଆଚୀନକୁ ବଂଚାଇଥିବା ଅଦମ୍ୟ ସାହାସୀ କର୍ଣ୍ଣେଲ ନରେନ୍ଦ୍ର ବୁଲଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ବିଶ୍ୱର ସବୁଠାରୁ ଉଚ୍ଚତମ ଶିଖରରେ ତ୍ରିରଙ୍ଗା ଉଡାଇଥିବା ଅଦମ୍ୟ ସାହାସୀ କର୍ଣ୍ଣେଲ ନରେନ୍ଦ୍ର ବୁଲ କୁମାରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ୧୩ ଏପ୍ରିଲ ୧୯୮୪ରେ ତାଙ୍କ ରିପୋର୍ଟ ବଳରେ ଭାରତୀୟ ସେନା ଅପରେଶନ ମେଘଦୂତକୁ ସଫଳ କରିବା ସହ ପାକିସ୍ତାନ କବଳରୁ ସିଆଚେନଙ୍କ ଉଦ୍ଧାର କରିପାରିଥିଲା ।

ଜଣେ ଭଲ ପର୍ବତାରୋହୀ ଭାବେ ସେ ସେନାରେ ବେଶ୍ ପରିଚିତ ଥିଲେ । ମାଉଂଟ ଏଭେରେଷ୍ଟ, ମାଂଉଟ ବ୍ଲାକ ଓ କାଂଚନଜଙ୍ଘା ମଧ୍ୟ ତାଙ୍କ ନେତୃତ୍ୱରେ ସେନା ହାତମୁଠାରେ ରହିଥିଲା । ପରମ ବିଶିଷ୍ଟ ସେବାମଣ୍ଡଳ, ଅତିବିଶିଷ୍ଟ ସେବା ମଣ୍ଡଳ ଓ କୀର୍ତି ଚକ୍ର ପରି ସମ୍ମାନର ଅଧିକାରୀ ଥିଲେ । ତାଙ୍କ ପରଲୋକ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.