Latest Odisha News

ଫାଇଜର ଟିକାର ଜରୁରିକାଳୀନ ବ୍ୟବହାରକୁ ଅନୁମତି ଦେଲେ WHO

ନୂଆଦିଲ୍ଲୀ: ଫାଇଜ୍ ଟିକାକୁ ମିଳିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗ୍ରୀନ ସିଗନାଲ୍ । ଫାଇଜର-ବାୟୋଏନଟେକ୍‌ ଦ୍ୱାରା ବିକଶିତ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ପ୍ରଥମ ଟିକା ଭାବେ WHO ପକ୍ଷରୁ ଏହି ଟିକାକୁ ଅନୁମୋଦନ ମିଳିଛି । ଫାଇଜର ଟିକାର ମାନ, ନିରାପତ୍ତା ଓ ଫଳପ୍ରଦତାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପରେ WHO ଅନୁମତି ଦେଇଥିବା ଘୋଷଣା କରିଛି ।

ଫାଇଜରକୁ WHO ଅନୁମତି ଦେଇଥିବାରୁ ଅନେକ ଦେଶରେ ଏହାର ବିତରଣ ପାଇଁ ଅନୁମତି ମିଳିପାରେ । ପୂର୍ବରୁ ଆମେରିକା, ବ୍ରିଟେନ, ବାହାରିନ, କାନାଡ଼ା ଭଳି ଦେଶ ଫାଇଜର ଟିକାର ଜରୁରିକାଳୀନ ବ୍ୟବହାରକୁ ଅନୁମତି ଦେଇଥିଲେ । ଆମେରିକା ଓ ବ୍ରିଟେନରେ ଫାଇଜର ଟିକାକରଣ ବି ହୋଇଛି । ତେବେ ଏହି ଟିକାକୁ ମାଇନସ ୭୦ରୁ ୯୦ ଡିଗ୍ରୀ ମଧ୍ୟରେ ରଖିବାକୁ ପଡ଼ିବ । ଏଦିଗରେ ଅନେକ ଦେଶ ଚ୍ୟାଲେଞ୍ଜ ସାମନା କରି ପାରନ୍ତି ।

Leave A Reply

Your email address will not be published.