ଭୁବନେଶ୍ୱର: ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ସୁରେଶ ମହାପାତ୍ର । ନୂଆବର୍ଷରେ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜିଠାରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବରେ କାର୍ୟ୍ୟଭାର ସମ୍ଭାଳିଛନ୍ତି ୧୯୮୬ ବ୍ୟାଚ୍ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର । ଅସିତ ତ୍ରିପାଠୀଙ୍କ ଅବସର ପରେ ସେ ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତକାଲି ସରିଥିଲା ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ ।
ପ୍ରଶାସନିକ କ୍ଷେତ୍ରରେ ୩୪ବର୍ଷର କାର୍ଯ୍ୟ ଦକ୍ଷତା । ଏହି ସମୟରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ସଚିବ ଦାୟିତ୍ୱ ତୁଲାଇଛନ୍ତି । ଜଙ୍ଗଲ ଓ ପରିବେଶ, ଜଳ ସମ୍ପଦ, ଶକ୍ତି ବିଭାଗ ସଚିବ ଥିଲେ । ରାଜ୍ୟର ଉନ୍ନୟନ କମିଶନର ବି ରହିଛନ୍ତି ସୁରେଶ ମହାପାତ୍ର । ସେହିପରି ଗ୍ରୀଡକୋ ଏବଂ ଓମଫେଡ୍ ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି । ଏହାବ୍ୟତୀତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ବି ତୁଲାଇଛନ୍ତି ସୁରେଶ ମହାପାତ୍ର ।
BREAKING NEWS
- ‘ନିଜ ବିମାନକୁ ଫେରିଯାଅ’: ଟ୍ରମ୍ପଙ୍କ ଅଲ୍ଟିମେଟମ୍ ପରେ ପାକିସ୍ତାନ ସେନାମୁଖ୍ୟ ଅସିମ୍ ମୁନିରଙ୍କୁ ଉପେକ୍ଷା କଲା ଇରାନ
- ତୃତୀୟ ଜୟନ୍ତ ମହାପାତ୍ର ସ୍ମାରକୀ ବକ୍ତୃତା ଅନୁଷ୍ଠିତ; ଯୋଗଦେଲେ ବହୁ ବିଶିଷ୍ଟ ବ୍ୟକ୍ତି
- ଫିଲ୍ମ ‘ଦୁସରା’ ରିଲିଜ୍କୁ ଗ୍ରୀନ୍ ସିଗନାଲ୍: ସୌରଭ ଗାଙ୍ଗୁଲିଙ୍କ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
- କାର୍ତ୍ତିକ ପୂର୍ବରୁ ଡରାଉଛି ପରିବା, ଆକାଶଛୁଆଁ ଦର ପାଇଁ ଚିନ୍ତାରେ ଖାଉଟି
- ଟିପିଡବ୍ଲ୍ୟୁଓଡ଼ିଏଲର’ସେବା ସେତୁ ଅଭିଯାନ’: ୧,୪୦୦ ରୁଫ୍ଟପ୍ ସୋଲାର୍ ଆବେଦନ ପଞ୍ଜୀକୃତ
- SIR କୁ ନେଇ CEC ଓ ମୋଦିଙ୍କୁ ପୁଣି ଟାର୍ଗେଟ୍ କଲେ ଜୟରାମ ରମେଶ: କହିଲେ,’ଫର୍ମ-୬ ବେଆଇନ..’
- ଏହି ଦିନ ସୂର୍ଯ୍ୟଙ୍କ ସ୍ୱାତୀ ନକ୍ଷତ୍ରକୁ ଗୋଚର:ଏହି ୪ ରାଶି ଉପରେ ହେବ ଧନ ବର୍ଷା
- ଇସ୍ରାଏଲ୍ର ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ
- ଦିଲ୍ଲୀରେ ଦିଲଜିତଙ୍କ କନସର୍ଟ କ୍ୟାନସଲ୍, ସୁରକ୍ଷା ଦୃଷ୍ଟିରୁ ପୋଲିସ ଦେଲାନି ଅନୁମତି
- ନାବାଳିକାଙ୍କ ପେଟରୁ ବାହାରିଲା ୨୦ କିଲୋ ଓଜନର ଟ୍ୟୁମର

Comments are closed.