Latest Odisha News

BREAKING NEWS

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଦୁବାଇରେ ନବୀନଙ୍କ ଆହ୍ୱାନ, କହିଲେ- ୨୦ ବର୍ଷରେ କେମିତି ବଦଳିଛି ଓଡ଼ିଶା ?

ଭୁବନେଶ୍ୱର: ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲି ପରେ ଦୁବାଇରେ ପହଞ୍ଚିଛନ୍ତି । ଦୁବାଇରେ ବୁଧବାର ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ସାମିଲ୍ ହେବେ ମୁଖ୍ୟମନ୍ତ୍ରୀ । ଏହି ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାର ଓ ଫିକ୍କି (FICCI) ମିଳିତ ଭାବେ ଆୟୋଜନ କରୁଛନ୍ତି । ଓଡ଼ିଶାକୁ ବିଦେଶୀ ପୁଞ୍ଜି ଆମନ୍ତ୍ରଣ ପାଇଁ ଏହି ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ କରାଯାଉଛି ।

ଏହି ଅବସରରେ ନବୀନ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ମୁଁ ସାଢ଼େ ୪ କୋଟିରୁ ଅଧିକ ଓଡ଼ିଆଙ୍କୁ ଭଲ ପାଏ । ମୋ ବାପା ବିଜୁ ପଟ୍ଟନାୟକ ମାତୃଭୂମିର ସେବା କରିବାକୁ ଭଲ ପାଉଥିଲେ । ୧୯୯୭ରେ ତାଙ୍କ ଦେହାନ୍ତ ପରେ ମୁଁ ଅନୁଭବ କଲି ମୋ ଦାୟିତ୍ୱ ମୋ ବାପାଙ୍କ ଅଧୁରା କାର୍ଯ୍ୟକୁ ଆଗେଇ ନେବା । ମୁଁ ଓଡ଼ିଆଙ୍କ ଲାଗି କାର୍ଯ୍ୟ କରିବା ଲକ୍ଷ୍ୟରେ ରାଜନୀତିକୁ ଆସିଥିଲି ଏବଂ ଲୋକଙ୍କ ମୁହଁରେ ହସ ଫୁଟାଇବାରେ ସକ୍ଷମ ହୋଇଛି ।

ଆମ ସରକାର ପ୍ରତି ଲୋକଙ୍କ ଭଲ ପାଇବା ରହିଛି । ଦୁଇ ଦଶନ୍ଧି ଧରି ଓଡ଼ିଶାର ଲୋକ ମୋତେ କାର୍ଯ୍ୟ କରିବା ପାଇଁ ଅନୁପ୍ରାଣିତ କରିଛନ୍ତି । ଆମେ କରିଥିବା କାମ କଥା କୁହେ । ଏସବୁ ମୋ ସରକାରର ପ୍ରତିବଦ୍ଧତା ଯୋଗୁ ସମ୍ଭବ ହୋଇଛି । ୧୯୯୯ ମହାବାତ୍ୟା ପରେ ଆମ ସରକାର ଦାୟିତ୍ୱ ନେଇଥିଲା । ଏବେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶ୍ୱସ୍ତରରେ ମଡେଲ୍ । ଓଡ଼ିଶା ଦିନେ ଚାଉଳ ସଂକଟର ସାମ୍ନା କରୁଥିଲା, ଆଜି ଚାଉଳ ବଳକା ରାଜ୍ୟ ।

ମୋ ସରକାର 5T ମଡେଲକୁ ଆପଣାଇଛି । ଯାହା ଫଳରେ ରାଜ୍ୟରେ ଐତିହାସିକ ବିପ୍ଲବ ଆସିଛି । ୨୨ ବର୍ଷ ମଧ୍ୟରେ ରାଜ୍ୟର ଅର୍ଥନୀତି ୫.୮୭ ବିଲିୟନରୁ ୬୩.୮୫ ବିଲିୟନ୍ ହୋଇ ପାରିଛି । କୃଷି କୈନ୍ଦ୍ରିକ ଅର୍ଥନୀତିରୁ ଶିଳ୍ପ ସମୃଦ୍ଧ ହୋଇଛି ଓଡ଼ିଶା । ଆଗାମୀ ୨ ବର୍ଷ ମଧ୍ୟରେ ସରକାର ଅଧାରେ ଅଟକିଥିବା ସମସ୍ତ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.