Latest Odisha News

BREAKING NEWS

ନାମାଙ୍କନ ଭରିଥିବା ହାସ୍ୟ ଅଭିନେତା ଶ୍ୟାମ ରଙ୍ଗୀଲାଙ୍କ ପ୍ରାର୍ଥିପତ୍ର ଖାରଜ

ଲକ୍ଷ୍ନୋ: ନିର୍ବାଚନ ଆୟୋଗ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ନାମାଙ୍କନ ଭରିଥିବା ହାସ୍ୟ ଅଭିନେତା ଶ୍ୟାମ ରଙ୍ଗୀଲାଙ୍କ ପ୍ରାର୍ଥିପତ୍ର ଖାରଜ କରିଛନ୍ତି । ରଙ୍ଗୀଲା  ବାରାଣାସୀ ଲୋକସଭା ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବ ମେ ୧୪ରେ  ନିଜର ପ୍ରାର୍ଥିପତ୍ର ଦାଖଲ କରିଥିଲେ।କିନ୍ତୁ ଗତକାଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାଙ୍କ ପ୍ରାର୍ଥିପତ୍ର ଖାରଜ କରି ଦିଆଯାଇଛି। ଏନେଇ ଶ୍ୟାମ ରଙ୍ଗୀଲା ଭିଡିଓ ବାର୍ତ୍ତା ଯୋଗେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଅନ୍ୟାୟ ଭାବରେ ତାଙ୍କ ପ୍ରାର୍ଥୀପତ୍ର ଖାରଜ କରିଦିଆଯାଇଛି। ଶପଥ ଗ୍ରହଣ ନକରିବା କାରଣରୁ ତାଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ କରାଯାଇଛି, ଯାହା ସେ ଜାଣି ନଥିଲେ।ଏହା ତାଙ୍କୁ ବାରାଣାସୀ ଜିଲ୍ଲା ମାଜିଷ୍ଟ୍ରେଟ୍ ସୂଚନା ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ,ତାଙ୍କୁ କାଗଜପତ୍ର ଠିକ୍ ସମୟରେ ଦାଖଲ କରିବାକୁ ବାରଣ କରାଯାଇଛି। ତାଙ୍କ ଅଭିଯୋଗକୁ ଜିଲ୍ଲା ମାଜିଷ୍ଟ୍ରେଟ କୋର୍ଟକୁ ସ୍ଥାନାନ୍ତର କରାଯାଇଛି।

ବାରଣାସୀ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୫୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୬ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାଖ୍ୟାନ କରି ଦିଆଯାଇଛି ବୋଲି କହିଛନ୍ତି ଶ୍ୟାମ ରଙ୍କୀଲା । ରଙ୍ଗୀଲା କହିଛନ୍ତି ନିଷ୍ପତ୍ତି ନିଆଗଲା ଯେ ବର୍ତମାନ ମତେ ବାରାଣାସୀରୁ ଲଢିବାକୁ ଦିଆଯିବ ନାହିଁ,ଯାହା  ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇଛି। ହୃଦୟ ନିଶ୍ଚିତ ଭାବରେ ଭାଙ୍ଗିଛି, କିନ୍ତୁ ଆତ୍ମା ଭାଙ୍ଗି ନାହିଁ ବୋଲି ସେ ତାଙ୍କ ‘ଏକ୍ସ’ ରେ ପୋଷ୍ଟ କରିଛନ୍ତି।

Leave A Reply

Your email address will not be published.