Latest Odisha News

BREAKING NEWS

‘କେଜ୍ରିୱାଲ ଭ୍ରଷ୍ଟାଚାର ବୋତଲରେ ମହିଳାଙ୍କ ସମ୍ମାନକୁ ବନ୍ଦ କରି ମଦ ପରଷୁଛନ୍ତି’

ନୂଆଦିଲ୍ଲୀ: କେଜ୍ରିୱାଲ ଭ୍ରଷ୍ଟାଚାର ବୋତଲରେ ମହିଳାଙ୍କ ସମ୍ମାନକୁ ବନ୍ଦ କରି ମଦ ପରଷୁଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ, ସ୍ବାତୀ ମାଲିୱାଲଙ୍କ ଉପରେ ଚାପ ପକାଯାଇ କୌଣସି ସ୍ଥାନରେ ଲୁଚାଇ ରଖାଯାଇଥିଲା କି? ସ୍ବାତୀ ଜଣେ ମହିଳା ଏବଂ ମହିଳା ସମ୍ମାନ ପାଇଁ ଦଳଗତ ରାଜନୀତିରୁ ଉପରେ ବିଜେପି ତାଙ୍କ ସହ ଠିଆ ହୋଇଛି । ଏହା ଦୁର୍ଭାଗ୍ୟଜନକ ଯେ ମୁଖ୍ୟମନ୍ତ୍ରୀ ଗୋଟିଏ ଶବ୍ଦ ହେଲେ କହୁନାହାଁନ୍ତି । ଏପରି କହି ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ କଡା ସମାଲୋଚନା କରିଛନ୍ତି ବିଜେପି ପ୍ରବକ୍ତା ଗୌରବ ଭାଟିଆ ।

କେଜ୍ରିଓ୍ବାଲ ଓ ଅଖିଳେଶଙ୍କ ଦ୍ବାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀର ଜବାବ ରଖି ଗୌରବ କହିଛନ୍ତି ଯେ, ‘ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସ୍ୱାତୀ ମାଲିୱାଲଙ୍କ ସହ ଅସଦାଚରଣ ହେଲେ । ଏହି ଘଟଣାକୁ ତିନି ଦିନ ବିତିଗଲାଣି ସମସ୍ତେ ଆଶା କରୁଥିଲେ ଯେ କେଜ୍ରିୱାଲ ମହିଳା ଶକ୍ତି ସହିତ ଆପୋଷ ବୁଝାମଣା କରିବେ ନାହିଁ । କିନ୍ତୁ ଆଜି ଯାହା ସାମ୍ନାକୁ ଆସିଲା ତାହା ଆଶ୍ଚର୍ଯ୍ୟଜନକ ଥିଲା । ଆଜି ଏପରି ଲାଗିଲା ଯେ ଅରବିନ୍ଦଙ୍କର କୌଣସି ଅନୁତାପ ନାହିଁ । କେଜ୍ରିୱାଲଙ୍କ ସୁରକ୍ଷାରେ ବୈଭବ କୁମାର ସମସ୍ତଙ୍କ ସାମ୍ନାରେ ବୁଲୁଛନ୍ତି’ ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ପର୍କରେ ସେ କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲଙ୍କ ଘରକୁ ସିସମହଲ ନୁହେଁ ବରଂ ଗୁଣ୍ଡାହର୍ଦି ର ଘର ବୋଲି କହିବା ଉଚିତ୍ । କେଜ୍ରିୱାଲଙ୍କ ବାସ ଭବନରେ ଯେଉଁ ପାପ ହୋଇଛି ତା ବିଷୟରେ କିଛି କହିବା ଉଚିତ୍ କିଛି ପଦକ୍ଷେପ ନେବା ଉଚିତ୍ । କିନ୍ତୁ ଅଭିଯୁକ୍ତ ତାଙ୍କ ଯାଆଁଳା ଭାଇ ବୋଲି ନିଜକୁ ଭାବି ନିର୍ଭୟରେ ବୁଲୁଛନ୍ତି ।କିନ୍ତୁ କେଜ୍ରିଓ୍ବାଲ ଏ ବିଷୟରେ କିଛି କହୁ ନାହାଁନ୍ତି । ଆପ୍ ନେତା ସଞ୍ଜୟ ସିଂ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ବୈଭବ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଗୌରବ ଭାଟିଆ ଆହୁରି କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି କେବେହେଲେ ମହିଳା ସଶକ୍ତିକରଣ ବିଷୟରେ କୁହେନାହିଁ କିନ୍ତୁ ତାହାକୁ ସେ କାମରେ କରିଦେଖାଏ । ଅନ୍ୟ ଦଳ ପରି ନୁହଁ ସବୁବେଳେ ମହିଳାଙ୍କ ସୁରକ୍ଷା ନାରା ଦେବେ କିନ୍ତୁ ଫଳ ଓଲଟା ହୋଇ ସାମ୍ନାକୁ ଆସିବ । ଏପରି କହି ଆଜି ଆପ୍ କୁ ଟାର୍ଗେଟ୍ କରିଛନ୍ତି ଗୌରବ ।

Leave A Reply

Your email address will not be published.