Latest Odisha News

BREAKING NEWS

‘ଶପଥ ନେଲା ପରେ ପ୍ରତିଶ୍ରୁତି ପୂରଣ କରୁ, ଏହା ମୋଦୀଙ୍କ ଗ୍ୟାରେଣ୍ଟି’

ବେଲପାହାଡ: ‘ମୋଦୀଙ୍କ ଗ୍ୟାରେଣ୍ଟି ଫେଲ୍ ହୁଏନି, ଶପଥ ନେଲା ପରେ ପ୍ରତିଶ୍ରୁତି ପୂରଣ କରିଛୁ । ପ୍ରଧାନମନ୍ତ୍ରୀ ଯେଉଁ ଗ୍ୟାରେଣ୍ଟି ଦିଅନ୍ତି ତାହା କେବେ ଫେଲ୍ ହୁଏ ନାହିଁ ।’

ଓଡିଶାବାସୀଙ୍କୁ ଉଦ୍ବୋଧନ ଦେଉଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା । ଆଜି ଝାରୁସୁଗୁଡା ଜିଲ୍ଲା ବେଲପାହାଡ଼ରେ ନିର୍ବାଚନୀ ସଭାରେ  ଜନସାଧାରଣଙ୍କୁ ଉଦ୍ବୋଧନ ଦେଉଛନ୍ତି ହିମନ୍ତ ବିଶ୍ବଶର୍ମା । ଯେଉଁଥିରେ ସେ ମୋଦୀଙ୍କ ପ୍ରତିଶ୍ରୁତି ପ୍ରସଙ୍ଗକୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଗ୍ୟାରେଣ୍ଟି ଦିଅନ୍ତି, ତାହା ଫେଲ୍ ହୁଏନି । ଆସାମରେ ୧ ଲକ୍ଷ ଯୁବକଙ୍କୁ ଚାକିରି ଦେବାକୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲୁ  । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲା ପରେ ଆମେ ପ୍ରତିଶ୍ରୁତି ପୂରଣ କରିଛୁ  । ସଂପୂର୍ଣ୍ଣ ପାରଦର୍ଶୀ ପ୍ରକ୍ରିୟାରେ ୧ ଲକ୍ଷ ଯୁବବର୍ଗଙ୍କୁ ଚାକିରି ଦିଆଯାଇଛି । ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି ।’

ତେବେ ନିର୍ବାଚନ ପାଇଁ ଏବେ ପୂରା ଆକ୍ସନ ମୋଡରେ କେନ୍ଦ୍ରୀୟ ବିଜେପି ନେତା । ଘନଘନ ଓଡିଶା ଗସ୍ତରେ ଆସି ଓଡିଶାବାସୀଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ କୌଣସି ବି ମୌକା ଛାଡୁନାହାନ୍ତି ।  ଏଥିପାଇଁ ଗୃହମନ୍ତ୍ରୀ ଅମିତ୍ ଶାହା ଗତକାଲି ଓଡିଶା ଗସ୍ତରେ ଆସି କଟକରେ ବିଶାଳ ରୋଡ ସୋ କରିଥିଲେ । କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୁହରି ମହତାବ ଓ ବିଧାନସଭା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଥିଲେ । ସେହିପରି ଆଜି ସକାଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଭୁବନେଶ୍ବରରେ ବିଶାଳ ରୋଡ ସୋ କରିଛନ୍ତି । ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ପାଇଁ ପ୍ରଚାର କରି ଭୋଟ ଅପିଲ କରିଛନ୍ତି ।

ଆହୁରି ମଧ୍ୟ ମେ ୨୦ରେ ପୁଣି ତୃତୀୟ ଥର ପାଇଁ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ଭୁବନେଶ୍ବର ଭଳି ପୁରୀରେ ମଧ୍ୟ ବିଶାଳ ରୋଡ ସୋ କରିବେ । ଆହୁରି ମଧ୍ୟ ସେହିଦିନ କଟକ ଓ ଅନୁଗୁଳରେ ଜନସମାବେଶରେ ଯୋଗ ଦେଇ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.