Latest Odisha News

BREAKING NEWS

ସରିଲା ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ରାଙ୍କ ନିର୍ବନ୍ଧ; ଖୁବ୍‌ ଶୀଘ୍ର କରିବେ ବିବାହ

ନୂଆଦିଲ୍ଲୀ: ଲୋକପ୍ରିୟ କପିଲ ଶର୍ମା ଶୋର ଚର୍ଚ୍ଚିତ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ରାଙ୍କର ପ୍ରେମିକ ସଙ୍କେତ ଭୋସଲେଙ୍କ ସହ ନିର୍ବନ୍ଧ ହୋଇସାରିଛି। ଖୁବ୍‌ ଏହି ଯୋଡି ବିବାହ ବନ୍ଧନରେ ଆବନ୍ଧ ହେବେ।

ସୁଗନ୍ଧା ଏବଂ ସାଙ୍କେତ ସୋସିଆଲ ମିଡିଆରେ ସେମାନଙ୍କ ସମ୍ପର୍କ ବିଷୟରେ ଘୋଷଣା କରି ପରସ୍ପର କିଛି ଅନ୍ତରଙ୍ଗ ଫଟୋ ପୋଷ୍ଟ କରିଛନ୍ତି। ସଙ୍କେତ ମଧ୍ୟ ଜଣେ ହାସ୍ୟ ଅଭିନେତା। ସେ ମଧ୍ୟ କିଛି ସମୟ ପାଇଁ କପିଲ ଶର୍ମା ଶୋର ଏକ ଅଂଶ ରହିଥିଲେ।

ସୁଗନ୍ଧା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିବା ଫଟୋରେ, ଉଭୟଙ୍କୁ ହଟ୍‌ ପୋଜ୍‌ରେ ଦେଖିବାକୁ ମିଳିଛି।

Comments are closed.