Latest Odisha News

ସୁଶାନ୍ତଙ୍କ ପରେ ଆଉ ଏକ ଇଂଜିନିୟରଙ୍କ ପଛରେ ପଡିଛି ବଲିଉଡର ଗଡଫାଦର ଗ୍ୟାଙ୍ଗ

ମୁମ୍ବାଇ: ଫିଲ୍ମ ପ୍ରଶଂସକଙ୍କ ଟାର୍ଗେଟରେ ଏବେ ପୁଣି ପଡିଛନ୍ତି କରନ ଜୋହର । କୌଣସି ଉପଯୁକ୍ତ କାରଣ ନ ଦର୍ଶାଇ ଦୋସ୍ତାନା୨ରୁ କାର୍ତ୍ତିକ ଆର୍ଯ୍ୟନଙ୍କ ବାହାର କରିବା ଯୋଗୁ କରନ ବିଭିନ୍ନ ମହଲରେ ସମାଲୋଚିତ ହୋଇଛନ୍ତି । ଏପରି କି ସୁଶାନ୍ତ ସିଂ ରାଜପୁତ ଯେପରି ହଇରାଣ ହେଉଥିଲେ ଏବେ କାର୍ତ୍ତିକଙ୍କ କ୍ଷେତ୍ରରେ ସେଭଳି ଷଡଯନ୍ତ୍ର ରଚାଯାଉଛି । ଗୋଟିଏ ଇଂଜିନିୟରଙ୍କୁ ମାରିବା ପରେ ସେମାନେ ଆଉ ଏକ ମେଧାବୀ ଛାତ୍ର ପଛରେ ପଡିଛନ୍ତି । ବୋଧହୁଏ ମୂର୍ଖଙ୍କ ମେଳରେ ଜ୍ଞାନୀଙ୍କ ସ୍ଥ୍‌ାନ ନାହିଁ ବୋଲି ଜଣେ ପ୍ରଶଂସକ ଲେଖିଛନ୍ତି । ସୂଚନାଯୋଗ୍ୟ, କାର୍ତ୍ତିକ ବାୟୋ ଟେକ୍ନୋଲୋଜିରେ ଡିଗ୍ରୀ ହାସଲ କରିଛନ୍ତି ।

୨୦୧୧ରେ ପ୍ୟାର କା ପଂଚନାମା ଫିଲ୍ମ ମାଧ୍ୟମରେ ସେ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରଠାରୁ ଆଉ ପଛକୁ ଚାହିଁ ନାହାନ୍ତି । ନିଜ ଦକ୍ଷତା ବଳରେ ସେ ୨୦ କୋଟି ପାରିଶ୍ରମିକ ନେଉଛନ୍ତି । ଲକଡାଉନ ବେଳେ ସେ ମାତ୍ର ୧୦ ଦିନରେ ଧମାକା ଫିଲ୍ମର ଶୁଟିଂ ଶେଷ କରିଥିଲେ । ଫିଲ୍ମ ଦୁନିଆରେ ଯଦି ତୁମର କେହି ଗଡଫାଦର ନାହାନ୍ତି ତାହାହେଲେ ଧୈର୍ଯ୍ୟର ବହୁତ ଆବଶ୍ୟକତା ରହିଛି । ପ୍ୟାର କା ପଂଚାନାମା ପରେ ମୁଁ ବହୁତ ହଇରାଣରେ ପଡି ଯାଇଥିଲେ । ଏବେ କିନ୍ତୁ ସ୍ଥିତି ମୋ ନିୟନ୍ତ୍ରଣରେ ରହିଛି ।

Leave A Reply

Your email address will not be published.