Latest Odisha News

BREAKING NEWS

କରୋନା ମୁକାବିଲା: ସହାୟତାର ହାତ ବଢାଇଲା ରେଳବାଇ, ଟ୍ରେନରେ ହେବ ଆଇସୋଲେସନ ଓ୍ବାର୍ଡ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସର ମୁକାବିଲା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ସହାୟତାର ହାତ ବଢାଇଛି ଭାରତୀୟ ରେଳବାଇ । ରେଳ ବିଭାଗ ପକ୍ଷରୁ ଟ୍ରେନରେ ଆଇସୋଲେସନ କୋଚ ତିଆରି କାର୍ଯ ଆରମ୍ଭ ହୋଇଛି ।

ଏନେଇ ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବଢୁଥିବା କରୋନାଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳବାଇ ଏହି କୋଚ ଗୁଡିକର ଉପଯୋଗ କରିପାରିବ ଏବଂ କରୋନା ସଦିଗ୍ଧ କିମ୍ବା କରୋନା ରୋଗୀଙ୍କୁ ଆଇସୋଲେଟରେ ରଖାଯାଇପାରିବ ।

ଏହାବ୍ୟତିତ ଆଇଆରସିଟିସି ପକ୍ଷରୁ ଯାତ୍ରୀମାନଙ୍କୁ କୁହାଯାଇଛି ଯେ ଅନଲାଇନ ଟିକେଟ୍ ବୁକିଂ କରିଥିବା ଯାତ୍ରୀମାନେ ସେମାନଙ୍କର ଟିକେଟ୍ ବାତିଲ ନକରନ୍ତୁ । ସେମାନଙ୍କୁ ପୂରା ପଇସା ଫେରସ୍ତ କରାଯିବ ।

ଉଲ୍ଲେଖଯୋଗ୍ୟ, ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ଦିନ ଏହି ସଂଖ୍ୟା ୮୭୩ ଛୁଇଁଥିବା ବେଳେ ଏଯାବତ୍ ୧୯ ଜଣଙ୍କର ମୃତ୍ୟୁ ଘଟିଛି ।
ଯାହାଫଳରେ କରୋନା ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକଡାଉନ ଘୋଷଣା କରାଯାଇଛି ।

Leave A Reply

Your email address will not be published.