ଭୁବନେଶ୍ୱର: ବିବାହ କଲେ କମେଡ଼ି କୁଇନ୍ ମି ପୁଚ୍ପୁଚ୍ ଓରଫ ଲିତିକା ପ୍ରିୟଦର୍ଶନୀ ପତି । ବର୍ଷିୟାନ ହାସ୍ୟ ଅଭିନେତା ଅରବିନ୍ଦ ଷଢଙ୍ଗୀଙ୍କ ପୁଅ ଅଭିଷେକ ଷଡଙ୍ଗୀଙ୍କୁ ସେ ବିବାହ କରିଛନ୍ତି । ନିକଟରେ ଅନୁଷ୍ଠିତ ତାଙ୍କ ବିବାହ ଉତ୍ସବରେ ବହୁ ଅଭିନେତା ଅଭିନେତ୍ରୀ ସାମିଲ ହୋଇଥିଲେ । ନିଜର ଗାଦୁଲ ଗାଦୁଲ ଡ଼ାଇଲଗ୍ ପାଇଁ ବେଶ୍ ପରିଚିତ ଲିତିକା । ତେବେ ନିଜର ‘ମି ପୁଚ୍ପୁଚ୍’ ୟୁଟ୍ୟୁବ୍ ଚ୍ୟାନେଲରେ ସେ ଖୁବ୍ ଆକ୍ଟିଭ୍ । ଅଭିଷେକ ସପ୍ଟୱେର ଇଞ୍ଜିନିୟର ହୋଇଥିବା ବେଳେ ମି ପୁଚ୍ ପୁଚ୍ ଜଣେ ଅଧ୍ୟାପିକା । ଆଗକୁ ଅଭିନୟ ସହିତ ପିଏଚଡ଼ି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଲିତିକା କୁହନ୍ତି, ଏକ ସାକ୍ଷାତକାର ପାଇଁ ସେ ହାସ୍ୟ ଅଭିନେତା ଅରବିନ୍ଦ ଷଢଙ୍ଗୀଙ୍କ ଘରକୁ ଯାଇଥିଲେ । ସେଠାରେ ଅରବିନ୍ଦଙ୍କ ସ୍ତ୍ରୀ ଲିତିକାଙ୍କ ବ୍ୟବହାରକୁ ଖୁବ୍ ପସନ୍ଦ କରିବା ସହ ନିଜ ଘରର ବୋହୁ କରିବାକୁ ଠିକ୍ କରିଥିଲେ । ପରେ ଉଭୟ ପରିବାରର ସହମତିରେ ବିବାହ ଆୟୋଜିତ ହେଲା ।
BREAKING NEWS
- ‘ଭିବି ଜି ରାମ ଜି’ ବିଲ୍ର ଲକ୍ଷ୍ୟ ବିକଶିତ ଭାରତ ଗଠନ: ମୁଖ୍ୟମନ୍ତ୍ରୀ
- ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ, ଏସ୍ମା ଲାଗୁ କଲେ
- ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି
- ରାୟଗଡ଼ାରେ ୪ ଛାତ୍ର ପୋଡ଼ିଯିବା ଘଟଣା; ଶିକ୍ଷକଙ୍କ ଦରମା ବନ୍ଦ
- ଚର୍ଚ୍ଚାର କାରଣ ସାଜିଛି କୋହଲିଙ୍କୁ ନେଇ ମଂଜ୍ରେକରଙ୍କ ବୟାନ
- ବରମୁଣ୍ଡା ବସ୍ ଟର୍ମିନାଲରୁ ପରିଚାଳିତ ହେବ ଆଇଟି କମ୍ପାନୀ: ମନ୍ତ୍ରୀ
- ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ
- ବିଜୟ ହଜାରେ ଟ୍ରଫି: ଗୁଜରାଟ ନିକଟରୁ ଶୋଚନୀୟ ଭାବେ ହାରିଲା ଓଡିଶା
- ଆରଟିଆଇ ଆବେଦନକାରୀଙ୍କ ଲାଞ୍ଚ ଦାବି ଅଭିଯୋଗ; ପୋଲିସ ତଦନ୍ତ ପାଇଁ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶ
- ପ୍ରଦୂଷଣ ପାଇଁ ଟ୍ୱିନସିଟିରେ କଟକଣା; ସନ୍ଧ୍ୟା ୬ରୁ ନିର୍ମାଣ କାମ ବନ୍ଦ
Comments are closed.