Latest Odisha News

BREAKING NEWS

ବିଶ୍ୱରେ ଲୋକପ୍ରିୟ ନେତା ମୋଦି, ପଛରେ ପଡ଼ିଲେ ବାଇଡେନ୍ ଓ ସୁନକ

ନୂଆଦିଲ୍ଲୀ: ବିଶ୍ୱରେ ସବୁଠୁ ଲୋକପ୍ରିୟ ନେତା କିଏ ? ଦୁନିଆର ଲୋକପ୍ରିୟ ନେତାଙ୍କ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀର୍ଷ ସ୍ଥାନରେ ଅଛନ୍ତି । ଆମେରିକା, ୟୁକେ ଭଳି ରାଷ୍ଟ୍ରର ମୁଖ୍ୟ ଲୋକପ୍ରିୟତା କ୍ଷେତ୍ରରେ ମୋଦିଙ୍କ ପଛରେ ରହିଛନ୍ତି ।

ବିଜନେସ ଇଣ୍ଟେଲିଜେନ୍ସ କମ୍ପାନୀ, ମର୍ଣ୍ଣିଂ କନସଲ୍ଟ ପକ୍ଷରୁ ସଦ୍ୟତମ ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଙ୍ଗ୍ସ ପ୍ରକାଶ ପାଇଛି । ରେଟିଂ ଅନୁସାରେ, ଜୋଇ ବାଇଡେନ୍, ଋଷି ସୁନକଙ୍କ ସହ ୨୨ଟି ଦେଶର ନେତାଙ୍କ ଠାରୁ ପ୍ରଧାନମନ୍ତ୍ରୀ ମୋଦି ଲୋକପ୍ରିୟତା କ୍ଷେତ୍ରରେ ଆଗରେ ଅଛନ୍ତି ।

ସର୍ଭେରେ ୭୮ ପ୍ରତିଶତ ଲୋକପ୍ରିୟତା ସହ ମୋଦି ଶୀର୍ଷ ସ୍ଥାନରେ ଅଛନ୍ତି । ମୋଦିଙ୍କ ପରେ ଦ୍ୱିତୀୟ ସ୍ଥାନରେ ୬୮ ପ୍ରତିଶତ ଲୋକପ୍ରିୟତା ସହ ଅଛନ୍ତି ମେକ୍ସିକୋ ରାଷ୍ଟ୍ରପତି ଲୋପେଜ ଓବ୍ରେଡୋର । ସେହିଭଳି ୫୮ ପ୍ରତିଶତ ରେଟିଂ ସହ ତୃତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନି ଏଲବନିଜ୍ ।

୫୨ ପ୍ରତିଶତ ରେଟିଂ ସହ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ଚତୁର୍ଥ ସ୍ଥାନରେ ରହିଥିବା ବେଳେ ବ୍ରାଜିଲ୍ ରାଷ୍ଟ୍ରପତି ଡି ସ୍ଲିଭା ୫୦ ପ୍ରତିଶତ ରେଟିଂ ପାଇ ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟୁଡୋ ୪୦ ପ୍ରତିଶତ ରେଟିଂ ସହ ଷଷ୍ଠ ଓ ସପ୍ତମ ସ୍ଥାନରେ ଥିବା ବେଳେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ୩୦ ପ୍ରତିଶତ ରେଟିଂ ପାଇ ୧୬ତମ ସ୍ଥାନରେ ଅଛନ୍ତି ।

Leave A Reply

Your email address will not be published.