Latest Odisha News

BREAKING NEWS

ରାଜଧାନୀ ଆକାଶରେ ଧୂମକେତୁ: ଖାଲି ଆଖିରେ ଦେଖୁଛନ୍ତି ଲୋକ

ଭୁବନେଶ୍ୱର: ରାଜଧାନୀ ଆକାଶରେ ଦୃଶ୍ୟମାନ ହେଉଛି ଧୂମକେତୁ ।ଫଟୋଗ୍ରାଫର ରାକେଶ ରାଉଳ ଏହି ବିରଳ ମହାଜାଗତିକ ଦୃଶ୍ୟକୁ ନିଜ ଟେଲି ଲେନ୍ସରେ କଏଦ କରିଛନ୍ତି। ପଠାଣି ସାମନ୍ତ ପ୍ଲାନେଟାରିୟମ କର୍ତ୍ତୃପକ୍ଷ ଏହି ଫଟୋ ଧୂମକେତୁ ସି/୨୦୨୦ ଏଫ୍-୩ ବୋଲି ସ୍ପଷ୍ଟ କରିଛନ୍ତି। ଏହି ବିରଳ ମହଜାଗତିକ ଦୃଶ୍ୟ ଆକାଶରେ ଆସନ୍ତା ୩୦ ତାରିଖ ଯାଏଁ ଦୃଶ୍ୟମାନ ହେବ ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଏହି ଧୂମକେତୁଟି ଗତ ୧୪ ତାରିଖରୁ ମହାକାଶରେ ଦୃଶ୍ୟମାନ ହେଉଛି। ଧୀରେ ଧୀରେ ଏହା ଉପର ଆଡ଼କୁ ଗତି କରି ୩୦ ତାରିଖ ବବଳକୁ ଦିଗ୍‌ବଳୟର ପ୍ରାୟ ୪୦ ଡିଗ୍ରୀ ଉପରେ ପହଞ୍ଚିବ ବୋଲି କୁହାଯାଇଛି।

ଏହି ମହାଜାଗତିକ ଦୃଶ୍ୟକୁ ସାଧାରଣ ଲୋକ ଦୀର୍ଘ ୨୩ ବର୍ଷ ପରେ ଖାଲି ଆଖିରେ ଦେଖିବାର ସୁଯୋଗ ପାଇଥିବା କୁହାଯାଉଛି । ବୈଜ୍ଞାନିକଙ୍କ ମତ ଅନୁସାରେ, ଏହିପରି ଧୂମକେତୁ ପୁନଃ ଏହାପର ୬୮୦୦ ବର୍ଷ ପରେ ମହାକାଶରେ ଦେଖିବା ମିଳିବ।

Comments are closed.