Latest Odisha News

BREAKING NEWS

ଅତ୍ୟଧିକ ଲୁଣ ଖାଉଛନ୍ତି କି? ହୋଇପାରେ ଏହିସବୁ ସମସ୍ୟା !

ଭୁବନେଶ୍ୱର: ଖାଦ୍ୟ ଯେତେ ସ୍ଵାଦିଷ୍ଟ ହୋଇଥିଲେ ମଧ୍ୟ ଯଦି ସେଥିରେ ଲୁଣ ପଡି ନଥାଏ ତେବେ ତାହା ସ୍ଵାଦହୀନ ହୋଇଯାଏ । କିଛି ଲୋକ ଆବଶ୍ୟକ ନଥିଲେ ମଧ୍ୟ ଖାଦ୍ୟରେ ଲୁଣ ପକାଇ ଖାଇଥାନ୍ତି ।

ଲୁଣରେ ଆୟୋଡିନ ଭରପୁର ମାତ୍ରାରେ ରହିଥାଏ । ତେଣୁ ଏହା ଆମ ଶରୀର ପ୍ରତି ଦରକାରୀ ହୋଇଥାଏ । ସେହିପରି ଆବଶ୍ୟକ ମାତ୍ରାରୁ ଅଧିକ ଲୁଣ ଖାଇଲେ ଅନେକ ସ୍ବାସ୍ଥଗତ ସମସ୍ୟା ଦେଖା ଦେଇଥାଏ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ, ଅଧିକ ମାତ୍ରାରେ ଲୁଣ ଖାଇବା ଦ୍ୱାରା ରକ୍ତଚାପ, ମୋଟାପଣ ଓ ଆଜ୍ମା ଭଳି ରୋଗ ହେବାର ଆଶଙ୍କା ଅଧିକ ଥାଏ।

ଅନ୍ୟପକ୍ଷରେ ଖାଦ୍ୟ ପାଖରେ ଅଲଗା ଲୁଣ ରଖି ଖାଇବା ଦ୍ୱାରା ହୃଦରୋଗ, କିଡନି ରୋଗ ହେବାର ସମ୍ଭାବନା ମଧ୍ୟ ଥାଏ। ରନ୍ଧା ଖାଦ୍ୟ ଉପରେ ଲୁଣ ସିଞ୍ଚି ଖାଇଲେ ବଦହଜମୀ ସମସ୍ୟା ଦେଖା ଦେଇଥାଏ।

Leave A Reply

Your email address will not be published.