Latest Odisha News

BREAKING NEWS

କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ଆଇସିୟୁ ବେଡ୍ ରହିଛି: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଆଇସିୟୁ ବେଡ୍ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଟ୍ୱିଟ୍ କରି ସ୍ପଷ୍ଟ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ବର୍ତ୍ତମାନ ରାଜ୍ୟର ସମସ୍ତ କୋଭିଡ ହସପିଟାଲରେ ମାତ୍ର ୩୬ ପ୍ରତିଶତ ବେଡ୍ ପୂରଣ ହୋଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍‌ରେ ଆହୁରି ମଧ୍ୟ ସୂଚନା ଦିଆଯାଇଛି ଯେ, ଭୁବନେଶ୍ୱର-କଟକ ଟ୍ୱିନ୍ ସିଟିରେ କରୋନା ରୋଗୀଙ୍କ ପାଇଁ କଟକର ଅଶ୍ୱିନୀ କୋଭିଡ୍ ହସପିଟାଲରେ ଆଇସିୟୁ ବେଡ୍ ଉପଲବ୍ଧ ରହିଛି । ରାଜ୍ୟର କୋଭିଡ ହସପିଟାଲରେ ସମସ୍ତ ଆଇସିୟୁ ବେଡ୍ ପୂରଣ ହୋଇଯାଇଥିବା ଏବଂ ଆଗକୁ ଏହାର ଅଭାବ ଦେଖାଦେବା ନେଇ ଆଶଙ୍କା ଉପୁଜିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍ ବଡ ଧରଣର ଆଶ୍ୱସ୍ତି ଆଣିଛି ।

Leave A Reply

Your email address will not be published.