Latest Odisha News

BREAKING NEWS

ଓଡ଼ିଶାର ବରପୁତ୍ରମାନଙ୍କ ରଚନା ଓ ଅନିନ୍ଦିତା ଦାସଙ୍କ ସଙ୍ଗୀତ ମାଧ୍ୟମରେ ଉତ୍କଳ ଗୌରବଙ୍କ ସ୍ମୃତି ଚାରଣ

ଭୁବନେଶ୍ବର  : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ, ଅଗ୍ରଣୀ ଅନୁଷ୍ଠାନ ଏଚ୍ . ଡି.ଆଇ, ଫିନିକ୍ସ ସେବା, ମାଟିଭାଷା ଓ ହେଲମେଟର ମିଳିତ ଆନୁକୁଲ୍ୟରେ, ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବିଶିଷ୍ଟ କବି କେଦାର ମିଶ୍ରଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକ, ଲେଖିକା ଶକୁନ୍ତଳା ବଳିଆରସିଂହ, ବିଶିଷ୍ଟ କଥାକାର ଅଧ୍ୟାପକ ବିଶ୍ୱରଞ୍ଜନ ଏବଂ ପ୍ରହଲ୍ଲାଦ ସିଂହ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ।

ଓଡ଼ିଶାର ପ୍ରଥମ ବାରିଷ୍ଟର ଭାବରେ,ଜଣେ ନିଃସ୍ୱାର୍ଥପର ସମାଜସେବୀ ତଥା ଓଡ଼ିଶା ଶିଳ୍ପ ଜାଗରଣର ପୁରୋଧା ଭାବରେ ଏବଂ ସର୍ବୋପରି ଜଣେ ସ୍ୱାଭିମାନୀ ଓଡ଼ିଆ ଭାବରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ମଧୁବାବୁଙ୍କ ଅବଦାନ ଅତୁଳନୀୟ । ନାରୀ ଜାଗରଣ ହେଉ କି ସ୍ୱାୟତ୍ତ ଶାଶନ ବ୍ୟବସ୍ଥା ସବୁବେଳେ ଓଡ଼ିଶାର ବିକାଶ ପାଇଁ ସେ ଚିନ୍ତା କରୁଥିଲେ। ସମାଜ ପ୍ରତି ତଥା ଓଡ଼ିଆ ଜାତି ପ୍ରତି ତାଙ୍କର ତ୍ୟାଗ ପାଇଁ ସେ ସର୍ବଦା ପ୍ରତିଟି ଓଡ଼ିଆଙ୍କ ନମସ୍ୟ ହୋଇ ରହିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠ ଶିଳ୍ପୀ ଅନିନ୍ଦିତା ଦାସ ଉତ୍କଳ ଗୋରବଙ୍କ ଉଦ୍ଦେଶ୍ୟରେ ଓଡ଼ିଆ କବିମାନଙ୍କ ଦ୍ୱାରା ରଚିତ ପଦ୍ୟ ସମୂହ ଯଥା:- ଉଠରେ ଉଠରେ ଉତ୍କଳ ସନ୍ତାନ, ଏହି ସମ୍ମିଳନୀ କୋଟି ପ୍ରାଣ ସିନ୍ଧୁ ଧନ୍ୟ ଧନ୍ୟ ମଧୁସୂଦନ, ଆର୍ଯ୍ୟ ହେ ବୀର, ସୁମେରୁର ଶୃଙ୍ଗ ପଡ଼ିଲାକି ଟଳି ଆଦିକୁ ସଙ୍ଗୀତ ରୂପରେ ପରିବେଷଣ କରିଥିଲେ ଏବଂ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, ଲେଖକ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

Comments are closed.