Latest Odisha News

BREAKING NEWS

ଟ୍ରକ୍‌ ପଛରୁ ପିଟିଲା ଟ୍ରକ୍‌, ୬ ଗୁରୁତର

ଭଦ୍ରକ : ସକାଳୁ ସକାଳୁ ଦୁର୍ଘଟଣା । ତ୍ରିଶଳପୁର ଛକ ନିକଟରେ କୁକୁଡ଼ା ଚିଆଁ ନେବାକୁ ଆସିଥିବା ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଟ୍ରକରେ ଥିବା ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଆଜି ଭୋରରୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ତ୍ରୀଶଳପୁର ଛକ ନିକଟରେ ଘଟିଛି ।

ସୂଚନା ଅନୁଯାୟୀ, କୁକୁଡ଼ା ଚିଆଁ ନେବାକୁ ଟ୍ରକଟି ଭୁବେନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିବା ବେଳେ ଅପରପକ୍ଷେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ କୁକୁଡ଼ା ଚିଆଁ ଟ୍ରକ୍‌ରେ ଥିବା ୬ ଜଣ ଗୁରୁତର ହୋଇଥିଲେ । ତେବେ ଡ୍ରାଇଭରର ଆଖି ଲାଗି ଯିବାରୁ ଅପରପକ୍ଷେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ବାଡେଇଥିଲା ବୋଲି କୁହାଯାଉଛି । ସମସ୍ତ ଗୁରୁତର ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି ।

ଏନେଇ ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ଥାନା ପୋଲିସ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି ସୂଚନା ରହିଛି  ।

 

Leave A Reply

Your email address will not be published.