Latest Odisha News

BREAKING NEWS

ବଢିଲା ଗ୍ୟାସ ଓ ବିମାନ ଇନ୍ଧନ ଦର, ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଦର

ନୂଆଦିଲ୍ଲୀ: ମାର୍ଚ୍ଚ ମାସ ଆରମ୍ଭରୁ ସାଧାରଣ ଲୋକଙ୍କୁ ଦରବୃଦ୍ଧିର ଝଟକା ଦେଇଛନ୍ତି ସରକାର। ତୈଳ କମ୍ପାନୀ ଗୁଡ଼ିକ ପୁଣି ଥରେ ବ୍ୟବସାୟିକ ଗ୍ୟାସ ଦରରେ ବୃଦ୍ଧି କରିଛନ୍ତି। ଏହା ପୂର୍ବରୁ ଜାନୁଆରୀ ଓ ଫେବୃଆରୀ ମାସରେ ଲଗାତାର ଦୁଇଥର ପାଇଁ ଗ୍ୟାସ ଦରରେ ବୃଦ୍ଧି ଘଟିଥିଲା। ମାର୍ଚ୍ଚରେ ମାସରେ ଦର ବଢିବା ସହିତ ଲଗାତାର ଭାବେ ତୃତୀୟ ଥର ପାଇଁ ଏହି ଦରରେ ବୃଦ୍ଧି ଘଟିଛି। ଏଠାରେ କହି ରଖୁ କି ଓଏମସି ୧୯ କିଲୋଗ୍ରାମ ସିଲିଣ୍ଡରରେ ଦରରେ ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ଦର ଅନୁଯାୟୀ ସିଲିଣ୍ଡର ପିଛା ୨୫.୫୦ ଟଙ୍କା ବୃଦ୍ଧି ଘଟିଥିବା ଜଣାଯାଇଛି। ଏହା ବ୍ୟତୀତ ବିମାନ ଇନ୍ଧନରେ ମଧ୍ୟରେ ବୃଦ୍ଧି ଘଟିଥିବା ଜଣାଯାଇଛି।

ଗତ ଫେବୃଆରୀ ମାସରେ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୪ ଟଙ୍କା ବୃଦ୍ଧି କରିଥିଲେ ତୈଳକମ୍ପାନୀ ଗୁଡ଼ିକ। ଏହାର ଏକ ମାସ ପୂର୍ବରୁ, ଜାନୁଆରୀ ମାସରେ ମଧ୍ୟ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧.୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ବ୍ୟବସାୟିକ ଏଲପିଜି ସିଲିଣ୍ଡରର ନୂତନ ମୂଲ୍ୟ ଆଜିଠାରୁ ଲାଗୁ ହେବ। ଏହାର ଅର୍ଥ ହେଉଛି, ଆଜିଠାରୁ ବ୍ୟବସାୟିକ ଏଲପିଜି ସିଲିଣ୍ଡର ୨୫.୫୦ ଟଙ୍କା ମହଙ୍ଗା ଦରରେ ବିକ୍ରି ହେବ। ଏକ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୧୭୯୫ ଟଙ୍କା, କୋଲକାତାରେ ୧୯୧୧ ଟଙ୍କା, ମୁମ୍ବାଇରେ ୧୭୪୯ ଟଙ୍କା ଏବଂ ଚେନ୍ନାଇରେ ୧୯୬୦ ଟଙ୍କା ହେବ।

ବିମାନ ଇନ୍ଧନରେ ମଧ୍ୟ ବୃଦ୍ଧି
ତୈଳ କମ୍ପାନୀଗୁଡିକ ଆଜି ବିମାନ ଇନ୍ଧନର ମୂଲ୍ୟ ମଧ୍ୟ ବୃଦ୍ଧି କରିଛନ୍ତି। ବିମାନ ଇନ୍ଧନର ମୂଲ୍ୟ କିଲୋଗ୍ରାମରେ ୬୨୪.୩୭ ଟଙ୍କା ବୃଦ୍ଧି ପାଇଛି। ତେବେ ଏହା ପୂର୍ବରୁ କ୍ରମାଗତ ଭାବେ ୪ ମାସ ଧରି ଇନ୍ଧନ ମୂଲ୍ୟରେ ହ୍ରାସ ଘଟିଥିଲା। ବିମାନ ଇନ୍ଧନର ନୂତନ ହାର ଆଜିଠାରୁ ଲାଗୁ ହେବ।

ଏଠାରେ କହି ରଖୁ ଘରୋଇ ଗ୍ୟାସ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ପୂରୁଣା ଦରରେ ଘରୋଇ ଗ୍ୟାସ ସିଲିଣ୍ଡର ଉପଲବ୍ଧ ହେବ। ଏଥିପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ ନାହିଁ। ତଥାପି, ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବଜାରରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ ଉପରେ ପ୍ରଭାବ ପକାଇପାରେ। କାରଣ ବଜାରରେ ଥିବା ସମସ୍ତ ରେଷ୍ଟୁରାଣ୍ଟ କିମ୍ବା ଦୋକାନରେ କେବଳ ବ୍ୟବସାୟିକ ଏଲପିଜି ସିଲିଣ୍ଡର ବ୍ୟବହାର କରାଯାଏ।

Leave A Reply

Your email address will not be published.