Latest Odisha News

BREAKING NEWS

ଢାକା ସ୍ଥିତ ଏକ ରେସ୍ତୋରାଁରେ ଭୀଷଣ ଅଗ୍ନିକାଣ୍ଡ, ୪୩ ମୃତ, ୪୦ ଆହତ

ଢାକା: ବାଂଲାଦେଶର ରାଜଧାନୀ ଢାକାରେ ଅଘଟଣ । ଏକ ସାତ ମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନେକ ଲୋକ ଆହତ ହୋଇଛନ୍ତି । ବହୁ ସମୟର କସରତ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।

ବାଂଲାଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ସାମନ୍ତ ଲାଲ ସେନ ଢାକା ମେଡିକାଲ କଲେଜ ହସ୍ପିଟାଲ ଏବଂ ନିକଟସ୍ଥ ବର୍ନ ହସ୍ପିଟାଲ ପରିଦର୍ଶନ କରିବା ପରେ କହିଛନ୍ତି ଯେ, ଅଗ୍ନିକାଣ୍ଡରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ପ୍ରାୟ ୪୦ ଜଣ ଆହତଙ୍କୁ ସହରର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି । ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିପାରେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ମହମ୍ମଦ ଶିହାବ କହିଛନ୍ତି ଯେ, ଢାକାର ବେଲି ରୋଡରେ ଥିବା ଏକ ଲୋକପ୍ରିୟ ବିରିୟାନି ରେସ୍ତୋରାଁରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ରାତି ପ୍ରାୟ ୯.୫୦ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏହା ପରେ, ଦୋଖୁ ଦେଖୁ ନିଆଁ ପୁରା ସମଗ୍ର ବିଲ୍ଡିଂରେ ବ୍ୟାପିଗଲା । ଏହା ପରେ ଲୋକମାନେ ଉକ୍ତ ନିଆଁ ଭିରେ ଫସି ରହିଗଲେ ।

ସେ କହିଛନ୍ତି ଯେ, ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମବାହିନୀ ଘଟଣାସ୍ଥଳକୁ ଯାଇ ବହୁ କସରତ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡରେ ୪୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୫ ଜଣଙ୍କୁ ବିଲ୍ଡିଂରୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ତେବେ ଏହି ନିଆଁ କିପରି ଲାଗିଲା ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ ।

 

Leave A Reply

Your email address will not be published.