ବ୍ରହ୍ମପୁର: ଏଟିଏମକୁ ଟଙ୍କା ଉଠାଇବାକୁ ଆସୁଥିବା ବରିଷ୍ଠ ନାଗରିକଙ୍କୁ ସାହାଯ୍ୟ କରିବା ବାହାନାରେ ଟଙ୍କା ନେଇଯାଉଥିବା ପୋଷାଦାର ଲୁଟେରାଙ୍କୁ ବ୍ରହ୍ମପୁରରୁ ଗିରଫ କରିଛି କମିଶନରେଟ ପୋଲିସ। ଯୁବକଙ୍କ ନାମ ମନୋଜ ସାହୁ ହୋଇଥିବା ବେଳେ ତାଙ୍କୁ ଲକ୍ଷ୍ମୀସାଗର ଥାନା ରବିବାର ଗିରଫ କରିଛି। ତାଙ୍କ ସହିତ ବ୍ରହ୍ମପୁରରୁ ଆଉ ଦୁଇଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।
ସୂଚନାପ୍ରକାରେ, ମନୋଜ ପୂର୍ବରୁ ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଚତୁରତାର ସହ ଚୋରି ଏବଂ ଲୁଟ୍ ଜନିତ ମାମଲା ନେଇ ଗିରଫ ହୋଇଥିଲେ। ଗତ କିଛି ମାସ ପୂର୍ବେ ମନୋଜ ଭୁବନେଶ୍ବର ଯାଇଥିଲେ। ଲକ୍ଷ୍ମୀସାଗର ସହ ଅନ୍ୟାନ୍ୟ ଅଞ୍ଚଳର ବିଭିନ୍ନ ଏଟିଏମ ସମ୍ମୁଖରେ ଠିଆ ହେଉଥିଲେ। ବରିଷ୍ଠ ନାଗରିକ କିମ୍ବା ଏଟିଏମ୍ ବିଷୟରେ ଜାଣିନଥିବା ଲୋକମାନଙ୍କୁ ସାହାଯ୍ୟ ପାଇଁ ପ୍ରସ୍ତାବ ଦେଉଥିଲେ। ସେମାନଙ୍କ ଠାରୁ ଏଟିଏମ୍ କାର୍ଡ ଏବଂ ତାହାର ପିନ୍ ନମ୍ବର ପଚାରି ନେଉଥିଲେ। ପରେ କୌଶଳ କ୍ରମେ ସଂପୃକ୍ତ ବ୍ୟକ୍ତିଙ୍କ ଏଟିଏମ୍ କାର୍ଡ ନେଇଯାଇ ଆଉ ଗୋଟିଏ କାର୍ଡ ଧରାଇ ଦେଉଥିଲେ। ଆଉ ପରେ ସେହି ଏଟିଏମ କାର୍ଡରୁ ସମସ୍ତ ଟଙ୍କା ଉଠାଇ ନେଉଥିଲେ। ଠକେଇ ଶିକାର ହୋଇଥିବା ଲୋକମାନେ ଲକ୍ଷ୍ମୀସାଗର ଥାନା ସହ ଭୁବନେଶ୍ବରର ବିଭିନ୍ନ ଥାନାରେ ଏତଲା ଦେଇଥିଲେ। ମନୋଜ ଏଭଳି ପ୍ରାୟ ୧୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଏଟିଏମ କାର୍ଡ ଲୁଟେରାକୁ ଧରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ ହୋଇଥିଲା। ପୋଲିସର ତଦନ୍ତ ବେଳେ ପ୍ରଥମେ ସିସିଟିଭି ଫୁଟେଜ୍ ଦେଖି ମନୋଜଙ୍କୁ ଚିହ୍ନଟ କରିଥିଲା। ପରେ ତାଙ୍କ ମୋବାଇଲ ନମ୍ବର ଟ୍ରାକ୍ କରାଯାଇଥିଲା। ସେ ବ୍ରହ୍ମପୁରରେ ଥିବା ଜାଣିବାକୁ ମିଳିଥିଲା। ସେହିକ୍ରମରେ ମନୋଜକୁ କାବୁ କରିବାକୁ ଲକ୍ଷ୍ମୀସାଗର ଥାନାର ଏକ ଟିମ ବ୍ରହ୍ମପୁରରେ ପହଞ୍ଚିଥିଲେ। ବୈଦ୍ୟନାଥପୁର ଥାନା ପୁଲିସର ସହାୟତାରେ ମନୋଜଙ୍କୁ ଆଙ୍କୁଲିରୁ କାବୁ କରାଯାଇଥିଲା। ମନୋଜକୁ କାବୁ କରି ପଚରାଉଚରା ପରେ ସେ ଏଟିଏମ କାର୍ଡ ଠକେଇ କରିଥିବା ବିଷୟରେ ପୋଲିସ ସମ୍ମୁଖରେ ସ୍ବିକାର କରିଥିଲା। ସେହିପରି ମନୋଜଙ୍କ ସୂଚନାକୁ ଆଧାର କରି ଏହି ଠକେଇରେ ସଂପୃକ୍ତ ଥିବା ଜଣେ ବ୍ୟବସାୟୀ ଏବଂ ଆଉ ଜଣେ ପେସାଦାର ଅପରାଧୀଙ୍କୁ ପୋଲିସ କାବୁ କରିଥିବା ସୂଚନା ମିଳିଛି।
BREAKING NEWS
- Paddy Procurement: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର
- ସାମ୍ଭାଜୀ ମହାରାଜାଙ୍କ ପୁଅ ଭୂମିକା କରିବେ ଭିକ୍କି କୌଶଲ
- Main Actor Nahi Hoon Release: ଚାରୋଟି ଫିଲ୍ମ ଫେଷ୍ଟିଭାଲରେ ଛାଇଲା ନୱାଜୁଦ୍ଦିନ ସିଦ୍ଦିକୀଙ୍କ ଏହି ଫିଲ୍ମ…ଏବେ ଭାରତରେ ହେବ ରିଲିଜ୍…
- District Planning Committees: ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ;୪ ମନ୍ତ୍ରୀ ଓ ୨୬ ବିଧାୟକଙ୍କୁ ଦାୟିତ୍ବ
- କାହିଁକି ବୃଦ୍ଧି ପାଉଛି ରାଣୀ ମହୁମାଛି ଚୋରା ଚାଲାଣ? ଜାଣନ୍ତୁ କେତେ ରହିଛି ଏହାର ବଜାର ମୂଲ୍ୟ
- Isreal After Trump says leave War: ଯୁଦ୍ଧରେ ଆମେରିକାଠୁ ଅଲଗା ହେଲା କି ଇସ୍ରାଏଲ? ଟ୍ରମ୍ପଙ୍କ ବୟାନ ପରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା…
- PM Modi Assam Visits: ଚା ବଗିଚାରେ ହଠାତ୍ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ମହିଳାଙ୍କ ସହ ଛିଣ୍ଡାଇଲେ ଚା ପତ୍ର…
- ଭାରତରେ ପ୍ରଥମ ଥର ପାଇଁ କେବେ ଆସିଥିଲା ପେଟ୍ରୋଲ? ଜାଣନ୍ତୁ କେଉଁ ଦେଶରୁ ଆମଦାନି ହୋଇଥିଲା..
- Hydroponic Ganja: ହାଇଡ୍ରୋପୋନିକ୍ ଗଞ୍ଜେଇ କ’ଣ? କାହିଁକି ବୃଦ୍ଧି ପାଉଛି ଚୋରା ଚାଲାଣ?
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
Comments are closed.