Latest Odisha News

BREAKING NEWS

ଜୁଲାଇ ୩୧ ଯାଏଁ ସୁନ୍ଦରଗଡ଼ରେ ବୃଦ୍ଧି ହେଲା ସାପ୍ତାହିକ ସଟଡାଉନ

ରାଉରକେଲା: ସୁନ୍ଦରଗଡରେ ବ୍ୟାପୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁଲାଇ ୩୧ ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଏବଂ ରବିବାର ଦିନ ଜିଲ୍ଲାକୁ ସଟଡାଉନ ରଖିବା ନେଇ ଘୋଷଣା କରିଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ । ଏଥିସହ ଜିଲ୍ଲା ବାହାରେ ତଥା କରୋନାଭାଇରସ୍ ହଟସ୍ପଟରୁ ଆସୁଥିବା ଲୋକଙ୍କ ଉପରେ ପ୍ରଶାସନର କଡା ନଜର ରହିବ।

ରାଉରକେଲା ମହାନଗର ନିଗମ ଅଞ୍ଚଳ, ରାଉରକେଲା ଷ୍ଟିଲ ଟାଉନସିପ ଓ କଲୁଙ୍ଗା ଶିଳ୍ପାଞ୍ଚଳକୁ ଦୁଇ ଦିନ ପାଇଁ ସଟ ଡାଉନ ଘୋଷଣା କଲେ ଜିଲ୍ଲାପାଳ। ସଟ ଡାଉନ ସମୟରେ ମେଡିକାଲ, ଔଷଧ ଦୋକାନ ଖୋଲା ରହିବା ସହ ସମସ୍ତ ଜରୁରୀ କାଳୀନ ସେବା ଚାଲୁ ରହିବ। ରାସନ ଦୋକାନ ଓ ମିଲକ ବୁଥ ସକାଳ ୬ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ରାଉରକେଲା ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ।

ପ୍ରତି ସପ୍ତାହରେ ରାଉରକେଲା ସହର, ଇସ୍ପାତ ସ୍ଥାନୀୟ ଏବଂ କାଲୁଙ୍ଗା ଶିଳ୍ପାଞ୍ଚଳରେ ଏହି ବନ୍ଦୋବସ୍ତ କରାଯାଇଛି। ବନ୍ଦ ଅବଧି ସମୟରେ, ଅତ୍ୟାବଶ୍ୟକ ସେବାଗୁଡିକ ବାଧାପ୍ରାପ୍ତ ହେବ ।

Leave A Reply

Your email address will not be published.