ସାବାଡ୍ ହେବେ ଚେନ୍ ଲୁଟେରା, ସ୍ବତନ୍ତ୍ର ସ୍କ୍ୱାର୍ଡ ଗଠନ କଲା କମିଶନରେଟ୍ ପୋଲିସ
ଭୁବନେଶ୍ୱର: ଚେନ୍ ଲୁଟେରାଙ୍କୁ ସାବାଡ୍ କରିବା ଲାଗି କମିଶନରେଟ୍ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି।
ଏନେଇ ସୋମବାର ଦିନ ସୂଚନା ଦେଇଛନ୍ତି ଡିସିପି ଉମା ଶଙ୍କର ଦାସ।
ଆହୁରି ମଧ୍ୟ ଡିସିପି କହିଛନ୍ତି ଯେ ଥାନାରେ ପ୍ରତ୍ୟେକ ସ୍କ୍ୱାର୍ଡ ଜଣେ କିମ୍ବା ଦୁଇଜଣ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବ। ଚେନ୍ ଚୋରିକୁ ରୋକିବା ଏବଂ ଅଭିଯୁକ୍ତଙ୍କୁ ଧରିବା ପାଇଁ ସେମାନଙ୍କୁ ଚାରିଜଣ କନଷ୍ଟେବଳ ସାହାଯ୍ୟ କରିବେ।
ସେମାନେ କେବଳ ଲୁଟ୍ ମାମଲାରେ ନିୟୋଜିତ ହେବେ ଏବଂ ସେମାନଙ୍କୁ ଅନ୍ୟ କୌଣସି କାାର୍ଯ୍ୟ ଦିଆଯିବ ନାହିଁ। ସହରରେ ଚୋରି ଏବଂ ଲୁଟ୍ ଭଳି ଅପରାଧିକ ଘଟଣାକୁ ସେମାନେ ଅତି ନିକଟରୁ ସମୀକ୍ଷା କରିବେ ଏବଂ ତୁରନ୍ତ ସମାଧାନ ବ୍ୟବସ୍ଥା କରିବେ ବୋଲି ଶ୍ରୀ ଦାସ କହିଛନ୍ତି।