Latest Odisha News

ଅର୍ଚ୍ଚିତା ଯାଦୁ ଜାଣିଛନ୍ତି, କାହିଁକି ଏମିତି କହିଲେ ସବ୍ୟସାଚୀ

ଭୁବନେଶ୍ୱର: ପ୍ରେମ, ବିବାହ ପରେ ବି ସବ୍ୟ-ଅର୍ଚ୍ଚିତାଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି । ରାଜସ୍ଥାନରେ ରାଜକୀୟ ଢଙ୍ଗରେ ସସପେନ୍ସ ବାହାଘର ପରେ ଅର୍ଚ୍ଚିତା ଯାଦୁ (ମ୍ୟାଜିକ୍) ଜାଣିଥିବା କହିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅର୍ଚ୍ଚିତାଙ୍କୁ ପ୍ରଶଂସା କରି ଟ୍ୱିଟ୍ କରିଛନ୍ତି ସ୍ୱାମୀ ସବ୍ୟସାଚୀ ।

ଟ୍ୱିଟ୍ କରି ଲେଖିଛନ୍ତି- କେବଳ ମହିଳାଙ୍କ ଆଖିରୁ ଲୁହ ଝରେ ନାହିଁ । ପୁରୁଷଙ୍କ ଆଖିରୁ ମଧ୍ୟ ଲୁହ ଝରିଥାଏ । ମୁଁ ଭାଗ୍ୟବାନ ମୋ ଜୀବନରେ ଏମିତି ଜଣେ ମହିଳାଙ୍କୁ ପାଇଛି ଯିଏ କି ଲୁହ ପୋଛିବାର କଳା ବା ଯାଦୁ ଜାଣିଛନ୍ତି । ଏହା ହିଁ ହେଉଛି ମହିଳା ଶକ୍ତି ବୋଲି କହିଛନ୍ତି ସବ୍ୟସାଚୀ ମିଶ୍ର ।

ଏଥିସହ ପଢ଼ନ୍ତୁ- ପ୍ରଥମେ କିଏ ପ୍ରପୋଜ୍ କରିଥିଲେ ? ସବ୍ୟ ନା ଅର୍ଚ୍ଚିତା…

Leave A Reply

Your email address will not be published.