ଭୁବନେଶ୍ବର: କଂଗ୍ରେସର ବିଧାନସଭା ଘେରାଉ ଉଦ୍ୟମ ବେଳେ ଗଣ୍ଡଗୋଳ ଘଟଣା । ଆକ୍ସନ ନେଲା କମିଶନରେଟ୍ ପୋଲିସ । ବୁଧବାର ୫ ହଜାର କଂଗ୍ରେସ କର୍ମୀଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ଦଙ୍ଗା ଭିଆଇବା ଓ ଆଇନକୁ ହାତକୁ ନେବା ଭଳି ୧୦ଟି ସଂଗୀନ ଦଫାରେ ମାମଲା ରୁଜୁ କରିଛି କମିଶନରେଟ୍ ପୋଲିସ ।
ତେବେ ପିସିସି ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଧାୟକ ତାରା ପ୍ରସାଦ ବାହିନୀପତି, ରମେଶ ଚନ୍ଦ୍ର ଜେନାଙ୍କ ସମେତ ୫ହଜାରରୁ ଅଧିକ କର୍ମୀ ଓ ନେତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ହେଲେ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଗିରଫ କରିଛି ପୋଲିସ ।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୭ ତାରିଖରେ ରାଜଧାନୀର ଲୋୟର ପିଏମଜିରେ ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ବିଧାନସଭା ଘେରିବାକୁ ବିଶାଳ ପଦଯାତ୍ରା କରି ଆନ୍ଦୋଳନକୁ ଓହ୍ଲାଇଥିଲା କଂଗ୍ରେସ । ଏହି ସମୟରେ ପୋଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା । ପୋଲସ ଉପରକୁ ଢେଲା, ପଥର ମାଡ କରିଥିଲେ କଂଗ୍ରେସ କର୍ମୀ । ଫଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ପୋଲିସ ଲାଠିଚାର୍ଜ କରି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିଥିଲା ।
Comments are closed.