Latest Odisha News

କୋଭିଡ କଟକଣାରେ ପାଳନ ହେବ କଟକରେ ଦୋଳ ମେଳଣ,ଏକାଠି ହୋଲି ଖେଳିବା ମନା, ଲାଇଟ ଓ ଜନଗହଳିକୁ ବାରଣ

କଟକ: ଫିକା ପଡ଼ିବ ହୋଲି ଓ ଦୋଳ ମେଳଣ । କଟକରେ ଦୋଳ ଯାତ୍ରା ଓ ହୋଲି ଲାଗି କମିଶନରେଟ୍ ପୋଲିସ ଗାଇଡଲାଇନ୍ ଜାରି କରିଛି । ଆଜି କଟକ ଡିସିପି ସମସ୍ତ ଥାନା ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।

ମେଳଣ ପଡିଆରେ ୨ ଶହରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ପ୍ରତି ବିମାନରେ ୧୦ରୁ ଅଧିକ ଲୋକ ରହିପାରିବେ ନାହିଁ । ଡିଜେ ଓ ପ୍ରୋସେସନ ହେବ ନାହିଁ । ଜନଗହଳି ସ୍ଥାନରେ ଗୀତ, ନାଚ, ଡିଜେ ଆଦି ବଜାଇବା ଉପରେ ବାରଣ କରାଯାଇଛି । କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ । ଘରେ ରହି ହୋଲି ପାଳିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । 

ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ୍ କଟକଣା ଭିତରେ ହୋଲି ଓ ମେଳଣ ଅନୁଷ୍ଠିତ ହେବ । ଗାଇଡଲାଇନ ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । 

Leave A Reply

Your email address will not be published.