Latest Odisha News

BREAKING NEWS

ଅଗ୍ନିଶମ, ପୋଲିସ ଓ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବର: ୧୧୨ ଡାଏଲ୍ କଲେ ମିଳିବ ସବୁ ଜରୁରୀକାଳୀନ ସେବା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ଵର: ଡାଏଲ୍ ୧୧୨ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଅଗ୍ନିଶମ, ପୋଲିସ ଓ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବର ୧୧୨ ଡାଏଲ୍ କଲେ ମିଳିବ ସବୁ ଜରୁରୀକାଳୀନ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ସେବାର ଶୁଭାରମ୍ଭ କରିଛନ୍ତି । 

ଏଥର ଜରୁରିକାଳୀନ ସେବା ପାଇଁ ଆଉ ଅଲଗା ଅଲଗା ନମ୍ୱରକୁ ଡାଏଲ କରିବାକୁ ପଡ଼ିବ ନାହିଁ । କିନ୍ତୁ ଏବେ ରାଜ୍ୟ ସରକାର ଏଥିରେ ବଡ ପରିବର୍ତ୍ତନ ଆଣିଛନ୍ତି । ପୋଲିସ ସେବା ପାଇଁ ୧୦୦, ଅଗ୍ନିଶମ ପାଇଁ ୧୦୧ ଏବଂ ଆମ୍ବୁଲାନ୍ସ ପାଇଁ ୧୦୮ ଆଉ କଲ୍ କରିବାକୁ ପଡିବ ନାହିଁ । ଲୋକଙ୍କୁ କେବଳ ଗୋଟିଏ ନମ୍ବର ୧୧୨ରେ ଡାଏଲ କରିବାକୁ ପଡିବ।

Leave A Reply

Your email address will not be published.