Latest Odisha News

BREAKING NEWS

ଜାଲ୍ ‘ଆରୋଗ୍ୟ ସେତୁ’ ଆପ୍ କୁ ସାବଧାନ

ଭୁବନେଶ୍ୱର: ଜାଲ ଆରୋଗ୍ୟ ସେତୁ ଆପ୍ ପ୍ରତି ସାବଧାନ । ସୋସିଆଲ ମିଡିଆରେ ଘୁରି ବୁଲୁଛି ଜାଲ୍ ଆରୋଗ୍ୟ ସେତୁ ଆପ୍ର ଲିଙ୍କ । ତେଣୁ ସତର୍କ ରହିବାକୁ ସଚେତନ କରାଇଛି କମିଶନରେଟ ପୋଲିସ ।

ଯଦି ଆପଣଙ୍କ ମୋବାଇଲକୁ ଆରୋଗ୍ୟ ସେତୁ ଆପର ମେସେଜ ଆସେ ତେବେ ସତର୍କ ରହିବାକୁ କୁହାଯାଇଛି । ଏପରିକି ଏହାକୁ ଡାଉନଲୋଡ ନକରିବା ପାଇଁ ପରାମର୍ଶ ଦିଆଯାଇଛି । ମେସେଜ ଆସିଥିବା ଲିଙ୍କକୁ ତୁରନ୍ତ ଡିଲିଟ କରିବାକୁ କୁହିଛନ୍ତି ପୋଳିସ କମିଶନର ।

ବ୍ୟକ୍ତିଗତ ତଥ୍ୟ ଲୁଚାଇବା ପାଇଁ ସାଇବର ଅପରାଧି ଏପରି ଜାଲ ବିଛାଇଥିବା ପୋଲିସ ସୂଚନା ଦେଇଛି । ଏହା ପଛରେ ପାକିସ୍ତାନର ହାତ ଥିବା ମଧ୍ୟ କୁହାଯାଇଛି । ତେବେ ଗୁଗୁଲ ପ୍ଲେ ଷ୍ଟୋରରୁ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କଲେ କୌଣସି କ୍ଷତି ନାହିଁ ବୋଲି କୁହାଯାଇଛି ।

Leave A Reply

Your email address will not be published.