Latest Odisha News

BREAKING NEWS

ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ଟ୍ରାଫିକ ଆଡଭାଇଜରି ଜାରି…

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ ପାଇଁ ଟ୍ରାଫିକ ଆଡ଼ଭାଇଜରି ଜାରି କରିଛି ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ୍ । ଏନେଇ ସୋମବାର ଦିନ ଏକ ବିଜ୍ଞପ୍ତି ଜାରି କରିଛି କମିଶନରେଟ୍ ପୋଲିସ୍। ଏଥିରେ ରାଜଧାନୀରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବିଧାନସଭା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କିଛି କଟକଣା ଓ ରୁଟ୍ ଡାଇଭର୍ସନ ଲାଗୁ କରାଯାଇଛି।

ଏହି ଅଧିବେଶନ ନଭେମ୍ବର ୧୮ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।ଅଧିବେଶନ ଚାଲିଥିବା ସମୟରେ ଯେଉଁ ଯାତ୍ରୀମାନେ ବିଧାନସଭା ନିକଟସ୍ଥ ଅଞ୍ଚଳ ଦେଇ ଯାତାୟାତ କରୁଛନ୍ତି, ସେମାନେ ନିମ୍ନଲିଖିତ ରାସ୍ତା ପରିବର୍ତ୍ତନଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ୍:

ହାଉସିଂ ବୋର୍ଡ ଛକରୁ ରବୀନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ଗାଡ଼ିଗୁଡ଼ିକ କେଶରୀ ଟକିଜ୍ ନିକଟସ୍ଥ ବାମ ପାର୍ଶ୍ୱ ରାସ୍ତାରେ ଯିବେ। ସେହିଭଳି ଏଜି ଛକରୁ ପିଏମଜି ଅଭିମୁଖେ ଯାଉଥିବା ଗାଡ଼ିଗୁଡ଼ିକୁ ଜୟଦେବ ଭବନ ନିକଟରୁ ଇନ୍ଦିରା ଗାନ୍ଧୀ ପାର୍କ ଆଡକୁ ମୋଡ଼ି ଦିଆଯିବ।

ମାଷ୍ଟର କ୍ୟାଣ୍ଟିନ ପଟୁ ପିଏମଜି ଯାଉଥିବା ଗାଡ଼ିଗୁଡ଼ିକ ଲୋୟର ପିଏମଜି ଦେଇ ଯିବେ। ଏହାବ୍ୟତୀତ ୧୨୦ ବାଟାଲିୟନ ପଟୁ ରବୀନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ଗାଡ଼ିଗୁଡ଼ିକୁ ଶାସ୍ତ୍ରୀ ନଗର ଦେଇ ପଠାଯିବ। ଲୋକସେବା ଭବନରୁ ଏମଏଲଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପକୁ ଯାଉଥିବା ଗାଡ଼ିଗୁଡ଼ିକ ମଧ୍ୟ ଶାସ୍ତ୍ରୀ ନଗର ଦେଇ ଗତି କରିବେ।

ଏହା ସହ କମିଶନରେଟ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ପୋଲିସ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ପରି ଜରୁରୀକାଳୀନ ଯାନ ଏବଂ ବିଧାନସଭା, ସଚିବାଳୟ ତଥା ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟର ଅନୁମୋଦିତ ଗାଡ଼ିଗୁଡ଼ିକ ପାଇଁ ଏହି କଟକଣା ଲାଗୁ ହେବ ନାହିଁ।

Leave A Reply

Your email address will not be published.