Latest Odisha News

BREAKING NEWS

ସିସି କ୍ୟାମେରାକୁ ଚକମା ଦେଉଛନ୍ତି ଅମାନିଆ ! ଧରିବାକୁ ଯୋଜନା ପ୍ରସ୍ତୁତ କଲା କମିସନରେଟ୍‌‌ ପୋଲିସ

ମାନିଆ ଗାଡି ଚାଳକଙ୍କୁ ଧରିବା ଲାଗି ଖଞ୍ଜାଯାଇଥିବା ସିସି କ୍ୟାମେରାକୁ ବି ଚକମା ଦେଉଛନ୍ତି କିଛି ଅମାନିଆ ଗାଡ଼ି ଚାଳକ। କେତେବେଳେ ଗାଡ଼ିର ନମ୍ବର ପ୍ଲେଟ୍‌‌ ଲିଭାଇ, ଲୁଚାଇ କିମ୍ବା ଅଳ୍ପ ଭାଙ୍ଗି(ଯେପରି ଗାଡ଼ିର ଗୋଟିଏ ନମ୍ବର କିମ୍ବା ଅକ୍ଷର ଜଣା ନପଡ଼ିବ) ଦେଇ ଏମାନେ ବେଧଡ଼କ ଗାଡ଼ି ଚଳାଉଛନ୍ତି। ଉଦେଶ୍ୟ ହେଉଛି ଜୋରିମାନାରୁ ବଞ୍ଚିବା ଓ ମନଇଚ୍ଛା ଗାଡ଼ି ଚଳାଇବା।ଏପରିକି କିଛି ଅଭ୍ୟାସଗତ ଟ୍ରାଫିକ୍ ଉଲଙ୍ଘନକାରୀ ଗାଡ଼ିର ନମ୍ୱର ପ୍ଲେଟରେ କାଦୁଅ ଓ ଷ୍ଟିକର ଆଦି ଲଗାଇ ଟ୍ରାଫିକ ପୋଲିସକୁ ଭୂଆଁ ବୁଲାଉଛ୍ତି। ଫଳରେ ଟ୍ରାଫିକ୍‌‌ ପୋଲିସର ସିସି କ୍ୟାମେରା ଗାଡ଼ିର ଫୋଟୋ ନେଉଥିଲେ ମଧ୍ୟ ନମ୍ବର ଜାଣିବା ସମ୍ଭବ ପର ହେଉନାହିଁ । ସୂଚନାଯୋଗ୍ୟ ରାଜଧାନୀରେ ଟ୍ରାଫିକ ଉଲ୍ଲଘଂନକାରୀଙ୍କୁ ଧରିବା ପାଇଁ ସହରର ୩୨ଟି ଜାଗାରେ କ୍ୟାମେରା ଲାଗିଛି।

ବିଶେଷ କରି ଭୁବନେଶ୍ୱର ଓ କଟକରେ ଏଭଳି ଅମାନିଆଙ୍କ ସଂଖ୍ୟା ଦିନକୁଦିନ ବଢ଼଼ିବାରେ ଲାଗିଛି। ଜୋରିମାନାରୁ ଖସି ଯିବାକୁ ଜାଣିଶୁଣି ନମ୍ୱର ପ୍ଲେଟର କିଛି ଅଂଶ ଭାଙ୍ଗିବା ଓ ନମ୍ୱର ପ୍ଲେଟର କିଛି ନମ୍ୱର ବା ଅକ୍ଷର ଲିଭାଇଦେବା ଭଳି ବେଆଇନ ପନ୍ଥା ଆପଣାଇ କମିସନରେଟ୍ ପୋଲିସର ମୁଣ୍ଡବଥା ବଢ଼ାଇଦେଇଛନ୍ତି । ତେଣୁ ଏଭଳି ଗାଡ଼ି ଚାଳକଙ୍କୁ ସାବାଡ କରିବାକୁ କମିସନରେଟ୍‌‌ ପୁଲିସ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଯେଉଁମାନେ ନିଜ ଗାଡିର ନମ୍ୱର ପ୍ଲେଟକୁ ଲୁଚାଉଛନ୍ତି ଅବା ଅଧା ଭାଙ୍ଗି ଗାଡ଼ି ଚଳାଉଛନ୍ତି ସେମାନଙ୍କ ଉପରେ ଖାସ ନଜର ରଖି ଦ୍ୱୈତନଗରୀରେ ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ପାଇଁ ନିଷ୍ପତ୍ତି ହୋଇଛି। ଏଭଳି ଟ୍ରାଫିକ୍ ନିୟକ ଉଲଙ୍ଘନକାରୀଙ୍କଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ ହେବ ବୋଲି ସୂଚନା ଦେଇଛନ୍ତି ଟ୍ରାଫିକ ଏସିପି ସ୍ୱସ୍ତିକ ପଣ୍ଡା।

Leave A Reply

Your email address will not be published.