Latest Odisha News

BREAKING NEWS

ଅଲୌକିକ ଦୃଶ୍ୟ: ନିମ୍ବଗଛ ଜଳୁଛି, ପୂଜାର୍ଚ୍ଚନା କଲେ ଲିଭିଯାଉଛି

ତାଳଚେର: ଆପେ ଆପେ ଜଳୁଝି ନିମ୍ବଗଛ । ବହୁ ବର୍ଷର ଏହି ନିମ୍ବଗଛଟି ଜଳିବାରେ ଲାଗିଛି । କେଉଁଠୁ ନିଆଁ ଆସିଲା କେହି ଜାଣନ୍ତିନି । କେତେବେଳେ ଜଳୁଛି, କେତେବେଳେ ଲିଭିଯାଉଛି । ଏପରି ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି ତାଳଚେର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ।

ଜଗନ୍ନାଥ ପୁର ପୋଖରୀ ହୁଡ଼ାରେ ରହିଛି ଏହି  ପୁରୁଣା  ନିମ୍ବ ଗଛ  । କିଛି ଲୋକ ଆଜି ମଧ୍ୟାହ୍ନ ସମୟରେ ଦେଖିଲେ  ଗଛଟି ଜଳୁଛି  ।  ଗଛ ମୂଳରେ ଗ୍ରାମବାସୀ  ପଣାପାଣି ଦେଇ ପୂଜାର୍ଚ୍ଚନା କରିବା ପରେ ନିଆଁ ଲିଭି ଗଲା । ହେଲେ କିଛି  ସମୟ ପରେ ପୁଣି ତାହା ଆପେ ଆପେ ଜଳିବାକୁ ଲାଗିଲା l

ତାଳଚେର ଅଞ୍ଚଳର ମା ଅଗ୍ନିରୁପା ମା ହିଙ୍ଗୁଳାଙ୍କ ଯାତ୍ରା ଆଜକୁ ୫ମ ଦିନ ହୋଇଥିବା ବେଳେ ମାଙ୍କର ଏପରିକିଛି ଆଲୋକିକ ଶକ୍ତି ଏଠାରେ ବିରାଜମାନ ହୋଇଛି ବୋଲି ସ୍ଥାନୀୟ ଲୋକେ କୁହାକୁହି ହେଉଛନ୍ତି  l  ଏହି ଘଟଣା ପ୍ରସାରିତ ହେବା ପରେ ଜଗନ୍ନାଥପୁର ଗ୍ରାମ ଏବଂ ଏହାର ଆଖପାଖ ଅଞ୍ଚଳରୁ ଶହ ଶହ ଲୋକଙ୍କର ଏଠାରେ ଭିଡ ଜମିଛି ।  ଏଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.