Latest Odisha News

BREAKING NEWS

ଭୁବନେଶ୍ୱରରୁ ୯ ଲୁଟେରା ଗିରଫ, ୩୬ ମୋବାଇଲ୍ ଜବତ

ଭୁବନେଶ୍ୱର: ବିଗତ କେଇ ସପ୍ତାହ ଭିତରେ ରାଜଧାନୀ ଭୁବନେଶ୍ୱରରେ ବଢ଼ିଥିଲା ମୋବାଇଲ୍ ଲୁଟ୍ । ରାସ୍ତାରୁ ଝାମ୍ପୁଥିଲେ ଲୁଟେରା । ରାତି ନୁହେଁ କି ସଂଧ୍ୟା ନୁହେଁ । ଦିନ ଦି ପ୍ରହରରେ ବି ଟାଣି ନେଉଥିଲେ ମୋବାଇଲ୍ ଆଉ ସୁନା ଚେନ୍ ।

ତେବେ ରବିବାର ଧରାପଡ଼ିଛନ୍ତି ୯ ଲୁଟେରା । କମିଶନରେଟ ପୋଲିସ୍ ସ୍ୱତନ୍ତ୍ର କୌଶଳ କରି ଏଭଳି ୯ ଲୁଟେରାଙ୍କୁ ଧରି ତାଙ୍କୁ ଠାରୁ ଚୋରି ସାମଗ୍ରୀ ଜବତ କରିଛି । ଏହି ୯ ଜଣ ଅଭିଯୁକ୍ତଙ୍କ ନିକଟରୁ ୩୬ଟି ମୋବାଇଲ୍ ଜବତ ହୋଇଛି ।

ନୂଆ ଡିସିପି ପ୍ରପର୍ଟି ଅଫେନ୍ସ ପ୍ରପର୍ଟି ଡିଟେକ୍ସନ ଟମି୍ କୁ ସଜାଗ କରିଥିଲେ । ଏକ ସ୍ପେଶାଲ ଟିମ୍ ଗଠନ କରି ଏଭଳି ଲୁଟେରାଙ୍କ ଉପରେ ନଜର ରଖିଥିଲା କମିଶନରେଟ ପୋଲିସ୍ । ଏହା ସହିତ ସବୁ ଥାନାର ସ୍ପେଶାଲ ସ୍କ୍ୱାଡ଼ ମଧ୍ୟ ପ୍ରସ୍ତୁତ ରହିଥିଲେ ।

ଖଣ୍ଡଗିରି ଥାନା- ଦୁଇ ଜଣ, ଖାରବେଳନଗର ଥାନା- ଦୁଇ ଜଣ, ଚନ୍ଦ୍ରଶେଖରପୁର- ଜଣେ, ଇନଫୋସିଟି- ଦୁଇ ଜଣ, ଭରତପୁର ଅଞ୍ଚଳରୁ କମିଶନରେଟ ପୋଲିସ ଜଣକୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏବଂ ଆଗକୁ ଏହି ଲୁଟେରା ଧରା ଅଭିଯାନ ନିୟମିତ ଚାଲୁ ରହିବ ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.