Latest Odisha News

ଇନଷ୍ଟାଣ୍ଟ ଲୋନ ଠକେଇ: ଜଣେ ଗିରଫ, ୬.୭୫ କୋଟି ଜବତ

ଭୁବନେଶ୍ୱର: ଇନଷ୍ଟାଣ୍ଟ ଲୋନ୍ ଆପ୍ ଠକେଇରେ ଧରାପଡ଼ିଲା ଆହୁରି ଅନେକ ଆପ୍ । ଏହା ସହିତ ଜଣେ ଠକ ତରୁଣ ଦୁଡେଜାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଡିଜିଟାଲ୍ ବଟୁଆ, ସ୍ୱିଚ୍ ଇନଫୋଟେକ୍ ବଚତ ଅନଲାଇନ, ଆଇପଇସା ଇନଫୋଟେକ୍, ମିଲେନିୟମ, ବଜାରପେ ଉପରେ ଚଢ଼ଉ କରିଛି ଇଓଡବ୍ଲୁ ।

ଏସବୁ ର ଅଫିସ୍ ଗୁରଗାଓଁ ଥିଲା । ଇନଷ୍ଟାଣ୍ଟ ଲୋନ୍ ଦେବା ଆଳରେ ଏହି ଆପ୍ ଗୁଡ଼ିକ କୋକୋ-ଜୋଜୋ ଆପ୍ ଭଳି ଲୋକଙ୍କୁ ଠକୁଥିଲେ । ମାତ୍ରାଧିକ ସୁଧ ଉଠାଉଥିଲେ । ଅରାଜି ହେଲେ ଗାଳିଗୁଳଜ ସହ ଧମକ ମଧ୍ୟ ଦେଉଥିଲେ ।

ଠକେଇ ଟଙ୍କାକୁ କିଛି ଗରିବ ଲୋକଙ୍କ ପରିଚୟ ପତ୍ରରେ ନକଲି ଆକାଉଣ୍ଟ ମାନ ଖୋଲି ତାହା ଜରିଆରେ ନେଣଦେଣ କରୁଥିଲେ । ଏସବୁ ର ତଦନ୍ତ କରି ଚେର ପାଇଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଟ୍ରାନଜିଟ୍ ରିମାଣ୍ଡରେ ଆଣି ଅଭିଯୁକ୍ତକୁ କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ । ଏହା ସହ ଠକେଇ ୬.୭୫ କୋଟି ଟଙ୍କାକୁ ଫ୍ରିଜ୍ କରାଯାଇଛି ।

Leave A Reply

Your email address will not be published.