Latest Odisha News

BREAKING NEWS

ସ୍ପା’ ସେଣ୍ଟରରେ ଅନୈତିକ କାରବାର ଘଟଣା: ଚେତିଲା କମିସନରେଟ୍‌ ପୁଲିସ, ହେବ ଧରପଗଡ଼

ଭୁବନେଶ୍ୱର: ଭୁବନେଶ୍ୱରରେ ସ୍ପା ସେଣ୍ଟର, ସେଲୁନ୍ ଏବଂ ମସାଜ୍ ପାର୍ଲର ନାମରେ କାର୍ଯ୍ୟ କରୁଥିବା ସେକ୍ସ ରାକେଟ୍ ଉପରେ କମିଶନର୍ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାଜଧାନୀରେ ସ୍ପା’ ସେଣ୍ଟର ନାମରେ ଅନୈତିକ କାରବାର ଘଟଣା ପ୍ରଘଟ ହେବା ପରେ ଚେତିଛି କମିସନରେଟ୍‌ ପୁଲିସ। ସ୍ପା’ ସେଣ୍ଟରଗୁଡ଼ିକ ଯାଞ୍ଚ କରିବା ଲାଗି ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଆରମ୍ଭ ହେବ। ଏଥିଲାଗି ଭୁବନେଶ୍ୱର ସହରାଞ୍ଚଳର ସମସ୍ତ ଥାନାକୁ ଯାଞ୍ଚ ଲାଗି ନିର୍ଦ୍ଦେଶ ଦିଆଯାଇଛି।

ଏବେଠାରୁ ସମସ୍ତ ସ୍ପା’ ସେଣ୍ଟରଗୁଡ଼ିକରେ କାର୍ଯ୍ୟ କରୁଥିବା ଯୁବତୀଙ୍କ ତଥ୍ୟ ଯାଞ୍ଚ କରାଯିବ। ସେମାନଙ୍କ ଠିକଣା ଓ ପରିଚୟ ବି ଦେଖାଯିବ। ଏଥିସହ ବିନା ଲାଇସେନ୍ସରେ କିମ୍ବା ଲାଇସେନ୍ସ ନେଇ ଅପବ୍ୟବହାର କରୁଥିବା ସ୍ପା’ ସେଣ୍ଟରଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ପିନାକ୍‌ ମିଶ୍ର ସୂଚନା ଦେଇଛନ୍ତି।

ସୂଚନା ଥାଉକି ଶନିବାର ବଡ଼ଗଡ଼ ଥାନା ଅଞ୍ଚଳରେ ଡାଇମଣ୍ଡ୍‌ ସେଲୁନ୍‌ ଓ ସ୍ପା’ରେ ଚାକିରି ଦେବା ଆଳରେ ଯୁବତୀଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜିତ ଲାଗି ମାଲିକାଣୀ ଚାପ ପକାଉଥିଲେ। ସେ ମନା କରିବାରୁ ତାଙ୍କୁ ଘରେ ବନ୍ଦୀ କରି ରଖିବା ସହ ଅକଥନୀୟ ଅତ୍ୟାଚାର କରୁଥିଲେ। ଯୁବତୀ ମୁହଁ ଖୋଲିବା ପରେ ସାମ୍‌ନାକୁ ଆସିଥିଲା ସମସ୍ତ ସତ ଘଟଣା। ଏହି ଘଟଣାରେ ମାଲିକାଣୀ ସମେତ ତାଙ୍କ ପୁରୁଷ ବନ୍ଧୁକୁ ଗିରଫ କରାଯାଇଥିଲା।

Leave A Reply

Your email address will not be published.