Latest Odisha News

BREAKING NEWS

ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା

ଭୁବନେଶ୍ୱର: ଆପାର୍ଟମେଣ୍ଟଗୁଡ଼ିକରେ ଚୋରି ରୋକିବାକୁ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ୍‌ । କଟକ ଓ ଭୁବନେଶ୍ୱରରେ ଥିବା ଆପାର୍ଟମେଣ୍ଟଗୁଡ଼ିକର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ମାନଙ୍କରେ ଲାଗିବ IP କ୍ୟାମେରା। ଏହି କ୍ୟାମେରା ଲଗାଇବା ପାଇଁ ସମସ୍ତ ଆପାର୍ଟମେଣ୍ଟର ବାସିନ୍ଦା କଲ୍ୟାଣ ସଂଘଗୁଡ଼ିକୁ ସୂଚନା ଜାରି କରାଯାଇଛି।  ଆପାର୍ଟମେଣ୍ଟଗୁଡ଼ିକରେ ଚୋରି ସଂଖ୍ୟା ବୃଦ୍ଧିକୁ ରୋକିବାକୁ ଏଭଳି ପଦକ୍ଷେପ ନେଇଛି କଟକ-ଭୁବନେଶ୍ୱର କମିଶନରେଟ ପୋଲିସ୍‌।

 

ପୋଲିସ୍‌ କମିଶନର ଏସ୍‌ ଦେବଦତ୍ତ ସିଂହ କହିଛନ୍ତି, ଆପାର୍ଟମେଣ୍ଟରେ ରହୁଥିବା ଲୋକମାନଙ୍କ ପାଇଁ ଏକ ସୂଚନା ଜାରି କରାଯାଇଛି। ସମସ୍ତ ଆପାର୍ଟମେଣ୍ଟର କଲ୍ୟାଣ ସଂଘଗୁଡ଼ିକ ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟଗୁଡ଼ିକରେ ଇଣ୍ଟରନେଟ ପ୍ରୋଟକଲ କ୍ୟାମେରା ଲଗାଇବେ। ଲଗାଇବା ପରେ କ୍ୟାମେରାଗୁଡ଼ିକର ସବିଶେଷ ତଥ୍ୟ ଏସିପି କେ.କେ ହରିପ୍ରସାଦଙ୍କୁ ମୋବାଇଲ ନମ୍ବର ୭୬୦୬୦୬୬୭୬୬ ରେ ପଠାଇବେ। ଏହି ଘଟଣାଗୁଡ଼ିକର ଅନୁସନ୍ଧାନ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରୁଛୁ। ଯଦି କାହା ପାଖରେ କୌଣସି ଅଭିଯୋଗ ବା ସୂଚନା ଅଛି, ତା’ହେଲେ ଦୟାଗର ୭୦୭୭୭୯୮୧୧୧ ନମ୍ବରକୁ ହ୍ୱାଟସଆପ୍ ମାଧ୍ୟମରେ ସୂଚନା ଦେବାକୁ ପୋଲିସ କମିଶନର କହିଛନ୍ତି।

ଉଲ୍ଲେଖଯୋଗ୍ୟ,୨୦୨୪ ମସିହାରେ ଏପର୍ଯ୍ୟନ୍ତ କଟକ ଓ ଭୁବନେଶ୍ୱରର ବିଭିନ୍ନ ଆପାର୍ଟମେଣ୍ଟରୁ ମୋଟ ୬୫ଟି ଚୋରି ମାମଲା ରୁଜୁ ହୋଇଛି। ଏହି ସବୁ ମାମଲାରେ ଏପର୍ଯ୍ୟନ୍ତ ୨୯ ଜଣ ଗିରଫ ହୋଇଛନ୍ତି।

Comments are closed.